ସମାଜସେବୀଙ୍କୁ କରୋନା ଯୋଦ୍ଧା ସମ୍ମାନ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୋରାଚଂଳ ଅନ୍ତର୍ଗତ ଟାଉନବଳରାମପୁର ଗ୍ରାମର ସମାଜସେବୀ ତଥା ଶିକ୍ଷାବୀତ ପାର୍ଥସାରଥୀ ବେହେରାଙ୍କୁ ଉତ୍କଳୀୟମ ଫାଉଣ୍ଡେସନ ପକ୍ଷରୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନୀତ କରାଯାଇଛି । ଶ୍ରୀ ବେହେରା ଜଣେ କର୍ତ୍ତବ୍ୟନିଷ୍ଟ ଶିକ୍ଷକ ଭାବେ କାର୍ଯ୍ୟରତ ଥିବାବେଳେ ଛୁଟିଦିନ ମାନଙ୍କରେ ସହରର ଜନସାଧାରଣଙ୍କୁ ବିଭିନ୍ନ ବିଷୟରେ ସଚେତନତା କରାଇ ଥାନ୍ତି । ଲୋକମାନଙ୍କୁ ନିଶାନିବାରଣ, ପରିବେଶ, ଜଳସଂରକ୍ଷଣ ଓ କରୋନା ଜନିତ ସଚେତନତା କରାଇବା ସହ ଗାଁ ଗାଁ ବୁଲି ଲୋକମାନଙ୍କୁ ଗଛ ଲଗାଇବା ପାଇଁ ସଚେତନ କରାଇଛନ୍ତି । ସହରରେ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ସମୟରେ ସଚେତନତା ଶୋଭାଯାତ୍ରା କରାଇ ଲୋକଙ୍କ ପ୍ରଶଂସାର ପାତ୍ର ହୋଇପାରିଛନ୍ତି । ଶ୍ରୀ ବେହେରା କେନ୍ଦ୍ରାପଡା,ମାର୍ଶାଘାଇ ବ୍ଲକ ସମେତ କେନ୍ଦ୍ରାପଡା ପୈାରାଚଂଳର ବିଭିନ୍ନ ସ୍ଥାନରେ ଲୋକମାନଙ୍କୁ କରୋନା ମହାମାରୀ ସମ୍ପର୍କରେ ସଚେତନ କରାଇବା ସହିତ ମାସ୍କ,ସାନିଟାଇଜର ବଂଟନ କରିଛନ୍ତି । ସହରର ବିଭିନ୍ନ ସ୍ଥାନରେ ବୁଲୁଥିବା ଅସହାୟ ବୃଦ୍ଧ,ବୃଦ୍ଧା ଓ ଭିନ୍ନକ୍ଷମମାନଙ୍କୁ ଘରୁ ରୋଷେଇକରି ଆଣି ରନ୍ଧାଖାଦ୍ୟ ମଧ୍ୟ ପ୍ରଦାନ କରିଛନ୍ତି । ଶିକ୍ଷାବୀତ ଶ୍ରୀ ବେହେରାଙ୍କ ଏଭଳି ସମାଜସେବା ମୂଳକ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି । ତାଙ୍କର ଏହିସବୁ ସାମାଜିକ କାର୍ଯ୍ୟକୁ ସ୍ୱିକୃତି ପ୍ରଦାନ ପୂର୍ବକ ଉତ୍କଳୀୟମ ଫାଉଣ୍ଡେସନ ପକ୍ଷରୁ ସଭାପତି ରାଜୀବ ଲୋଚନ ପ୍ରଧାନ,ସମ୍ପାଦକ ସୁନିଲ କୁମାର ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ବେହେରାଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନକରି ସମ୍ବର୍ଦ୍ଧିତ କରିଛନ୍ତି ।