ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ: କଂଗ୍ରେସ

ଭୁବନେଶ୍ୱର: କୋଭିଡ ସାମଗ୍ରୀ କିଣାରେ ଦୁର୍ନୀତି ଅଭିଯୋଗକୁ ନେଇ ରାଜ୍ୟରେ ଜୋର ଧରିଛି ରାଜନୀତି । ଏହାକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରୁଛନ୍ତି । ତେବେ ଏହାରି ଭିତରେ କଂଗ୍ରେସ ପକ୍ଷରୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଇସ୍ତଫା ଦାବି କରାଯାଇଛି । ଦେଢ ଟଙ୍କାର ମାସ୍କକୁ ୧୬ ଟଙ୍କାରେ କିଣାଯାଇଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ଯଦି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆତ୍ମସମ୍ମାନ ଥାଏ ତେବେ ସେ ତୁରନ୍ତୁ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି ।
ଏହି ପରିପ୍ରେକ୍ଷୀରେ ମନ୍ତ୍ରୀଙ୍କ ପଦବୀରେ ରହିବାର ଅଧିକାର ନଥିବା କଂଗ୍ରେସ ନେତା ସୁଦର୍ଶନ ଦାସ କହିଛନ୍ତି । ବହୁ ରାଜ୍ୟ ଇ-ପୋର୍ଟାଲରେ ମାସ୍କ କିଣିଲେ । ରାଜ୍ୟ ଟେଣ୍ଡର କରି ପରେ ବାତିଲ କଲା । ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ତାଙ୍କର ଅଜ୍ଞାନତାର ପରିଚୟ । ରାଜ୍ୟ ଔଷଧ ନିଗମ କେଳେଙ୍କାରୀର ଉତ୍ତର ଦାୟିତ୍ୱ ସ୍ୱାସ୍ଥ୍ୟମନ୍ତ୍ରୀଙ୍କର ବୋଲି କଂଗ୍ରେସ ନେତା ସୁଦର୍ଶନ ଦାସ କହିଛନ୍ତି । ଏପରିକି ଏହି ଘଟଣାକୁ ନେଇ କଂଗ୍ରେସ ଲୋକଙ୍କ ପାଖକୁ ଯିବ ବୋଲି ସୁଦର୍ଶନ ଦାସ କହିଛନ୍ତି । ଗତକାଲି ମନ୍ତ୍ରୀ ଶ୍ରୀ ଦାସ କହିଥିଲେ ଯେ, କୋଭିଡ-୧୯ ମୁକାବିଲା କରିବା ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ସବୁ ସାଜ ସରଞ୍ଜମ କିଣା ଯାଇଛି ବା ନିଷ୍ପତ୍ତି ନିଆଯାଇଛି ସେଥିରେ କୌଣସି ବ୍ୟତିକ୍ରମ ହୋଇନାହିଁ । ଯଦି କୌଣସି ବ୍ୟକ୍ତି ଏହାକୁ ନେଇ ପ୍ରଶ୍ନ ଉଠାଉଛନ୍ତି ତେବେ ସେ ଆଇନର ଆ୍ୟୟ ନେଇପାରିବେ । ସବୁ ପ୍ରକାର ଆହ୍ୱାନକୁ ରାଜ୍ୟ ସରକାର ମୁକାବିଲା କରିବା ପାଇଁ ପ୍ରସ୍ତୁତ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ