ରାଜ୍ୟରେ ଆଉ ୧୪୦ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର : ରାଜ୍ୟରେ ଆଉ ୧୪୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସକାଳୁ ୧୪୬ ଆକ୍ରାନ୍ତ ସହ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟକା ୩ ହଜାର ଅତିକ୍ରମ କରିଥିବା ବେଳେ ଅପରାହ୍ନରେ ୧୪୦ ଜଣ ସୁସ୍ଥ ହୋଇଛନ୍ତି । ସୁସ୍ଥ ୧୪୦ ଜଣଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୨୪ ଜଣ ଆକ୍ରାନ୍ତ ରହିଛନ୍ତି । ଅନ୍ୟ ଜିଲ୍ଲା ମାନଙ୍କ ମଧ୍ୟରେ ଗଞ୍ଜାମରୁ ୨୨, ନୂଆପଡାରୁ ୨୧, ଯାଜପୁରରୁ ୧୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରୁ ୧୧, ଜଗତସିଂହପୁର ୧୧, ସୁନ୍ଦରଗଡରୁ ୮, ବଲାଙ୍ଗୀର ଓ ଭଦ୍ରକରୁ ୭ ଜଣ ଲେଖାଏଁ, ଢେଙ୍କାନାଳରୁ ୫ ସୁସ୍ଥ, ବରଗଡ, କେନ୍ଦ୍ରାପଡା ଓ ସମ୍ବଲପୁରରୁ ୩ ଜଣ ଲେଖାଏଁ, ବାଲେଶ୍ବର ଓ ପୁରୀରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ସୁସ୍ଥଙ୍କ ସଂଖ୍ୟା ୨୧୩୩ରେ ପହଞ୍ଚିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ