କରୋନା ସଂକ୍ରମିତ ମହିଳାଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଭୁବନେଶ୍ୱରର ଜଣେ କରୋନା ଆକ୍ରାନ୍ତ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମହିଳାଙ୍କ ବୟସ ୩୮ ବର୍ଷ । ମହିଳା ଜଣକ କରୋନା ସଂକ୍ରମିତ ହୋଇଥିଲେ ବି ଅନ୍ୟ ସମସ୍ୟା ଥିଲା । ସୋରିଆସିସି ପାଇଁ ଦୀର୍ଘ ଦିନରୁ ମହିଳାଙ୍କ ଚିକିତ୍ସା ଜାରି ରହିଥିଲା । ସେପଟିକ ସକ ଓ ମଲ୍ଟି ଅର୍ଗାନ ପାଇଁ ତାଙ୍କର ମୃତ୍ୟୁ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି । ବର୍ତ୍ତମାନ ରାଜ୍ୟରେ ୧୦୯୨ ସକ୍ରିୟ ଆକ୍ରାନ୍ତ ଥିବାବେଳେ ୨୨୮୨ ଜଣ ସୁସ୍ଥ ହୋଇଛନ୍ତି । ମୋଟ ମୃତ୍ୟୁ ସଂଖ୍ୟା କରୋନାରେ ୯ ଓ କରୋନା ବ୍ୟତୀତ ୩ ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ