ମାସ୍କ୍ ଦୁର୍ନୀତି ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିକଲା କନ୍ଧମାଳ କଂଗ୍ରେସ

ଫୁଲବାଣୀ, (ସୁନିଲ କୁମାର ବେହେରା): ସାରା ବିଶ୍ୱ କରୋନା ର ଭୟାନକ ଶିକାର ହୋଇଥିବାବେଳେ ରାଜ୍ୟରେ କରୋନା ଆକ୍ରାନ୍ତ ଜନସାଧାରଣ ଙ୍କ ନିମନ୍ତେ ବ୍ୟବସ୍ଥା ହୋଇଥିବା ମାକ୍ସ କିଣାବିକାରେ ଘୋର ଦୁର୍ନୀତି ହୋଇଥିବା ଘଟଣାକୁ ରାଜ୍ୟ କଂଗେସ ରାଜଧାନୀ ରେ ସ୍ୱର ଉତ୍ତଳୋନ କରିଥିବା ବେଳେ କନ୍ଧମାଳ ଜିଲାରେ ମଧ୍ୟ କଂଗ୍ରେସ ଦଳ ତରଫରୁ ସରକାର ବିରୋଧୀ ନାରା ଦେଇ AICC ସଦସ୍ୟ ତଥା ଟ୍ରେଡ଼ ୟୁନିଅନ କଂଗ୍ରେସ ର ସଭାପତି ଲଢୁଆ ଆଦିବାସୀ ଯୁବନେତା ଶ୍ରୀ ଘନ କୁମାର ଶବର ଙ୍କ ନେତୃତ୍ୱରେ ପୂର୍ବତନ ବିଧାୟକ ଶ୍ରୀ ଅଭିମନ୍ୟୁ ବେହେରା , ଜିଲ୍ଲା KOVID ସଂଯୋଜକ ଶ୍ରୀ ଅନାମ କୁମାର ନାୟକ , ଏ ସ ସି ସେଲ ର ଅଧକ୍ଷ ଶ୍ରୀ ଶିବ ଶଙ୍କର ବେହେରା ( ମୁନା ଭାଇ ) ଯୁବନେତା ଶ୍ରୀ ବଳଦେବ ବେହେରା , ସଞ୍ଜୟ କୁମାର ଭଞ୍ଜ , ଗୌର ଚନ୍ଦ୍ର ବେହେରା ଶ୍ରୀ ହେମନ୍ତ କୁମାର କର ଶ୍ରୀ ସନ୍ତୋଷ ପଟନାୟକ ସମେତ ଦଳର ବରିଷ୍ଠ କର୍ମକର୍ତା ମାନେ ମାକ୍ସ ଦୁର୍ନୀତିରେ ସମ୍ପକ୍ତ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବକିଶୋର ଦଶ ଓ ସ୍ୱାସ୍ଥ୍ୟ ବିଭାଗର ସଚିବ , ନିର୍ଦ୍ଦେଶକ ଙ୍କ ର ତୁରନ୍ତ ଇସ୍ତଫା ଦାବିକରି ଥିଲେ , ଏବଂ କନ୍ଧମାଳ ଜିଲ୍ଲାପାଳ ଙ୍କ ଜରିଆରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ,, ଓ ମହାମହିମ ରାଜ୍ୟପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ , ଏଭଳି ଦୁର୍ଦ୍ଧିନ ସମୟରେ ଦୁର୍ନୀତି ରେ ଲିପ୍ତଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ନେତା , ଅଫିସର ମାନଙ୍କ ବିରୁଦ୍ଧରେ ସରକାର ଯଦି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତାହେଲେ ଜିଲାରେ କଂଗ୍ରେସ ଆଇନ ଅମାନ୍ୟ ଆନ୍ଦୋଳନ କରିବାକୁ ପ୍ରସ୍ତୁତ ଥିବା ପୂର୍ବତନ ବିଧାୟକ ଶ୍ରୀ ବେହେରା ଦୃଢ କ୍ତି ପ୍ରକାଶ କରିଥିଲେ , ଓ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସଂମୁଖରେ କଂଗ୍ରସ କର୍ମକର୍ତା ମାନଙ୍କ ଅସନ୍ତୋଷ ଉତକ୍ଷିପ୍ତ ଅବସ୍ଥା କୂ ଅନୁଭବ କରି ଫୁଲବାଣୀ ଟାଉନ ଥାନାର ସେକେଣ୍ଡ ଅଫିସର ଶ୍ରୀ ଦୀପକ କୁମାର ସମାନ୍ତ ସିଂହାର , ରଚିତା ମାଡକାମୀ , ସିଦ୍ଧାନ୍ତ କୁମାର ବେହେରା ଅବସ୍ଥାକୁ ସମ୍ଭାଳି ନେଇ ତୁରନ୍ତ ସମସ୍ତ କର୍ମକର୍ତା ମାନଙ୍କୁ ଜିଲ୍ଲାପାଳ ଙ୍କ ହତା ବାହାରକୁ ନେଇଆସଥିଲେ , ଏଵେ ଖାଲି ବାକି ରହିଲା ଦୁର୍ନୀତି ମୁକ୍ତ ସ୍ଵଛ ଶାସନର ନାରା ନେଇ ଆସୁଥିବା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ବାବୁ ମାକ୍ସ ଦୁର୍ନୀତିରେ ଜଡିତ ଥିବା ନେତା ମନ୍ତ୍ରୀ ଅଫିସର ମାନଙ୍କ ବିରୁଦ୍ଧରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ