ଆଉ ୭୨ ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ବର : ରାଜ୍ୟରେ ଆଉ ୭୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସମୁଦାୟ ୨୩୫୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ ୧୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୋନପୁରରୁ ୯ ଜଣ, ଜଗତସିଂହପୁରରୁ ୬ ଜଣ, କଟକ, କଳାହାଣ୍ଡି ଓ ସୁନ୍ଦରଗଡରୁ ୫ ଜଣ ଲେଖାଏଁ, ବାଲେଶ୍ବର ଓ ମୟୁରଭଞ୍ଜରୁ ୪ ଜଣ ଲେଖାଏଁ, ଖୋର୍ଦ୍ଧା, କନ୍ଧମାଳ, ସମ୍ବଲପୁର, ଝାରସୁଗୁଡାରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।


