ଗୁରୁ ଦିବସ ପାଳିତ

ଧାମନଗର (ଓ୍ବାଇଏନଏସ) : ପୂର୍ବତନ ରାଷ୍ଟ୍ରପତି ଡ଼କ୍ଟର ସର୍ବପଲି ରାଧାକ୍ରିଷ୍ଣନ୍ନଙ୍କ ଜନ୍ମ ଜାୟନ୍ତୀ ଅବସରରେ ଗୁରୁ ଦିବସ ପାଳନ:ଗୁରୁମାନଙ୍କ ପ୍ରତି ଛାତ୍ରଛାତ୍ରୀଙ୍କ ସମ୍ମାନ ଓ କୃତଜ୍ଞତା ଜଣାଇବାର ଏକ ମହାନ ଦିବସ। ଏହି ଅବସରରେ ଧାମନଗର ବ୍ଲକ ଏବଂ ଏନ ଏ ସି ଅଞ୍ଚଳରେ ବିଭିନ୍ନ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ଉତ୍ସାହ ଓ ଉଦ୍ଦୀପନା ସହିତ ଗୁରୁମାନଙ୍କ ପ୍ରତି ଉପହାର ପ୍ରଦାନ ପୂର୍ବକ ସମ୍ମାନ ଓ କୃତଜ୍ଞତା ଜଣାଇବା ସହ ଗୁରୁ ପୂଜନ ପାରମ୍ପରିକ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଯାଇଛି। ଧାମନଗର ବ୍ଲକ ଅନ୍ତର୍ଗତ ରାଧାବଲ୍ଲଭପୁର ପଞ୍ଚାୟତ ଅଧିନ ଜାଗୁଳାଇ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ସେଠୀଙ୍କ ଉପସ୍ଥିତ ରହି ପବିତ୍ର ଗୁରୁଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଧାମନଗର ଏନ ଏ ସି ଅନ୍ତର୍ଗତ ହିନ୍ଦୁ ପ୍ରାଥମିକ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ଯତୀନ୍ଦ୍ର ସେନାପତିଙ୍କ ତତ୍ତ୍ୱାବଧାନରେ ସହକାରୀ ଶିକ୍ଷୟିତ୍ରୀ ମନୋରମା ମହାପାତ୍ର,ମାନସ ରଞ୍ଜନ ମାଝି, ପରିଚାଳନା କମିଟିର ସଭାନେତ୍ରୀ ଅମିତା ମହାନ୍ତି ପ୍ରମୁଖଙ୍କ ଉପସ୍ଥିତରେ ଗୁରୁଦିବସ ପାଳନ ସହିତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଭିମନ୍ୟୁ ମଲ୍ଲିକଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। ସେହିପରି ଧାମନଗର,ଦୋବଲ, ଧୁଷୁରୀ, ଅସୁରାଳି ଆଦି ଅଞ୍ଚଳରେ ସରକାର ଓ ବେସରକାରୀ ଶିକ୍ଷାନୁଷ୍ଠାନ ଓ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଗୁରୁ ଦିବସ ମହା ଆଡମ୍ବରରେ ପାଳନ ସହ ସକରାତ୍ମକ ବିଚାର,ସ୍ନେହ, ପ୍ରେମ,ଦୟା,କ୍ଷମା ଭାବ ଜାଗ୍ରତ ହୋଇଥାଏ ବୋଲି ଛାତ୍ରଛାତ୍ରୀ ମାନଙ୍କୁ ବକ୍ତବ୍ୟ ରଖିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ