ଯୋଶଦା ଫାଉଣ୍ଡେସନ୍ ପକ୍ଷରୁ ମାସ୍କ ଓ ଶୁଖିଲା ଖାଦ୍ୟ ସମାଗ୍ରୀ ବଣ୍ଟନ

ଛତ୍ରପୁର, (ଓ୍ବାଇଏନ୍ଏସ୍):କରୋନା ମହାମାରୀ ଯୋଗୁଁ ଗରିବ ଓ ନିରାଶ୍ରୟ ପରିବାରଙ୍କୁ ଯୋଶଦା ଫାଉଣ୍ଡେସନ୍ ପକ୍ଷରୁ ମାସ୍କ ଓ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି । ଯୋଶଦା ଫାଉଣ୍ଡେସନ୍‌ର ଟ୍ରଷ୍ଟ୍ରି ସାଗରିକା ପଣ୍ଡାଙ୍କ ତତ୍ତ୍ୱାବଧାନରେ ଚିକଲଖଣ୍ଡି ପଞ୍ଚାୟତର ବାସନାପଲ୍ଲୀ, ପୁରୁଣାପାଟଣା ଓ ଚମାଖଣ୍ଡି ପଞ୍ଚାୟତର ମାୟପାଟଣା, ଭିକାରିପଲ୍ଲୀ ପଞ୍ଚାୟତର ଗୋଲାପଲ୍ଲୀ ଓ ବଗଡପଲ୍ଲୀ, ବିପୁଳିଙ୍ଗୀ ପଞ୍ଚାୟତର ବିପୁଳିଙ୍ଗୀ ଗ୍ରାମର ସମୁଦାୟ ୫୨ ଜଣ ଗରିବ ନିରାଶ୍ରୟ ପରିବାରଙ୍କୁ ମାସ୍କ ଓ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି । ସେହିପରି ଅନ୍ୟାନ୍ୟ ଗ୍ରାମ ଗୁଡିକରେ ଖାଲି ୫୦୦ ଟି ମାସ୍କ୍ ବଣ୍ଟନ କରାଯାଇଥିଲା । ସମସ୍ତ କାର୍ଯ୍ୟ କ୍ରମକୁ ଯୋଶଦା ଫାଉଣ୍ଡେସନ୍‌ର ସୁଦେଷ୍ଣା ସାହୁ ଓ ପୁଷ୍ପାଞ୍ଜଳୀ ସାହୁ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ