କାର୍ଯ୍ୟରତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ନେଇ ଗଜପତି ସାମ୍ବାଦିକ ସଂଘ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

ପାରଳଖେମୁଣ୍ଡି:(ତାରିଣୀ ପ୍ରସାଦ ପଣ୍ଡା) ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକର ସଦର ମହକୁମା ମୋହନାରେ ଥିବା ଏକ ଜନସେବା କେନ୍ଦ୍ରରେ ସାନି ଟlଇଜର,ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ୍କ ପିନ୍ଧି ସକାଳ ୬ ଘଣ୍ଟାରୁ ୧୧ଘଣ୍ଟା ଓ ସନ୍ଧ୍ୟା ୪ ଘଣ୍ଟା ଠାରୁ ୭ ଘଣ୍ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରଖିବା ପାଇଁ ଜିଲ୍ଲା ପ୍ରଶାସନ ର ନିର୍ଦ୍ଧେଶ ରହିଛି l କିନ୍ତୁ ଜନସେବା କେନ୍ଦ୍ରର ମାଲିକ କୋଭିଡ୍ -୧୯ ର ନିୟମ ଉଲଘଂନ କରୁଥିବା ଦେଖି ମୋହନା ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ ଜନସେବା କେନ୍ଦ୍ର ଉପରେ ଚଢ଼ାଉ କରିଥିଲେ ସେହି ସମୟରେ କାର୍ଯ୍ୟରତ ସାମ୍ବାଦିକ ଲକ୍ଷ୍ମଣ ଚୌଧୁରୀ, ଗଣେଶ ବିଷୟୀ, ଆଶ୍ୱିନ କୁମାର ପାତ୍ର, ବାଦଲ ବେହେରା, ସୁମନ କୁମାର ପଟ୍ଟନାୟକ ଓ ପିଣ୍ଟୁ ପ୍ରଧାନ ଉକ୍ତ ଜନସେବା କେନ୍ଦ୍ରକୁ ଯାଇଥିଲେ ସେହି ସମୟରେ ଜନସେବା କେନ୍ଦ୍ରର ମାଲିକ ଯୋଗେନ୍ଦ୍ର କୁମାର ରଥ ସାମ୍ବାଦିକ ମାନଙ୍କୁ ଧମକ ଦେବା ସହ ତାଙ୍କ ଠାରୁ ମୋବାଇଲ୍ ଛଡାଇ ନେଇ ଯାଇଥିଲେ l ପର ମୁହୂର୍ତ୍ତରେ ମୋହନା ତହସିଲଦାର ଉକ୍ତ ଜନସେବା କେନ୍ଦ୍ରର ମାଲିକ ଠାରୁ ମୋବାଇଲ୍ ଆଣି ସାମ୍ବାଦିକ ମାନଙ୍କୁ ଦେଇଥିଲେ l ହେଲେ ତହସିଲଦାରଙ୍କ ସମ୍ମୁଖରେ ଜନସେବା କେନ୍ଦ୍ର ମାଲିକର ଗୁଣ୍ଡାଗର୍ଦି କରିବା ସହ ସାମ୍ବାଦିକ ମାନଙ୍କୁ ଆକ୍ରମଣ କରିବା ଘଟଣା ଘଟିଥିବା ଯୋଗୁଁ ଜନସେବା କେନ୍ଦ୍ରର ମାଲିକଙ୍କ ବିରୋଧରେ ତହସିଲଦାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗଜପତି ଜିଲ୍ଲା ସାମ୍ବାଦିକ ସଂଘ (ଏସ ୟୁ ଜେ) ତରଫରୁ ଦାବୀ କରାଯାଇଛି l ସଂଘ ର ଜିଲ୍ଲା ସଭାପତି ଗରୁଡ଼ ଧ୍ୱଜ ଚୌଧୁରୀ, ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା, ରଶ୍ମୀ ରଞ୍ଜନ ମିଶ୍ର, ଗଣେଶ ରାଜୁ, କୃଷ୍ଣ କୁମାର ବେହେରା, ଶିଶିର ଗୌଡ, ସୁଜିତ ବିଷୋୟୀ, ସୁଜିତ ପ୍ରଧାନ, ସିତାନଥ ପଣ୍ଡା , ପ୍ରଭାତ କୁମାର ପାତ୍ର, ବାଦଲ ବର୍ଦ୍ଧନ, ବୀର କିଶୋର ପଟନାୟକ, ସୋରଜବୀର ପ୍ରମୁଖ ଦାବୀ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ