ବଜ୍ରପାତରେ ମୃତ ନାରାନ ପରିବାରକୁ ଭେଟିଲେ ବିଜେଡି ଜିଲ୍ଲା ସଭାପତି
ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ବଜ୍ରାଘାତରେ ମୃତ ବ୍ୟକ୍ତିଙ୍କ ପରିବାରକୁ ଭେଟିଲେ ବିଜେଡ଼ି ଜିଲ୍ଳା ସଭାପତି କାଶୀନାଥ । ସାରସକଣା ବ୍ଲକ ଅନ୍ତର୍ଗତ ଝାରପୋଖରିଆ ଥାନା ଅଧିନସ୍ଥ କୁଅଁର ସାହି ଗ୍ରାମର ୮୦ ବର୍ଷ ବୟସ୍କ ନାରାନ ହାଁସଦାଙ୍କ ବଜ୍ରପାତରେ ମୃତ୍ୟୁ ହୋଇଥିଲା।ମୃତ୍ୟୁ ଖବର ପାଇ ମୟୁରଭଞ୍ଜ ବିଜେଡି ସଦର ସଭାପତି ଶ୍ରୀଯୁକ୍ତ କାଶୀନାଥ ହେମ୍ବ୍ରମ,ସମାଜସେବୀ ଦୀପକ ମିଶ୍ର,ସ୍ଥାନୀୟ ସରପଞ୍ଚ ଓ ଅନ୍ୟାନ୍ୟ ସହଯୋଗୀଙ୍କ ସହ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଅନୁକମ୍ପା ମୂଳକ ସହାୟତା ରାଶି ଭାବେ ୪ ଲକ୍ଷ ଟଙ୍କା କିପରି ଶୀଘ୍ର ମିଳିବ ସେ ବିଷୟରେ ପ୍ରଶାସନ ସହ ଯୋଗାଯୋଗ କରିଥିଲେ।ସୂଚନାଯୋଗ୍ୟ ମୃତ ବ୍ୟକ୍ତିଙ୍କ ତିନି ପୁଅ ଓ ତିନି କନ୍ୟା ଅଛନ୍ତି।ବଜ୍ରାଘାତରେ କିଛିଦିନ ହେବ ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ଅଂଚଳରେ ବହୁଲୋକ ମୃତ୍ୟୁ ବରଣ କରୁଥିବା ଘଟଣା ସାଧାରଣରେ ଶୋକ ଓ ଚିନ୍ତାର ବିଷୟ ପାଲଟିଛି।


