ବିଦ୍ୟୁତ୍ ତାର ସସ୍ପର୍ଶରେ ଆସି ବ୍ୟକ୍ତିଙ୍କର ମୃତ
କୋଦଳା, (ଗୁଲସନ କୁମାର କର):ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଅଧିନସ୍ଥ ୧୦ ନମ୍ବର ଓ୍ବାର୍ଡର ବିଶୋୟୀ ସାହିର ଶ୍ରୀନିବାସ ପଣ୍ଡା (୫୦) ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିବା ଜଣାପଡିଛି। ଶୁକ୍ରବାର ସକାଳ ପ୍ରାୟ ୧୦.୩୦ ସମୟରେ ଘର ଛାତ ଉପରେ ଦେଇ ଯାଇଥିବା ୧୧ କେ ଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଛନ୍ତି।ସୂଚନା ଅନୁସାରେ ଶ୍ରୀନିବାସ ଲୁଗା ସୁଖାଇବା ପାଇଁ ଛାତ ଉପରକୁ ଯାଇଥିବା ବେଳେ ତାଙ୍କ ଘର ଛାତ ଉପରେ ଦେଇ ଯାଇଥିବା ବିଦ୍ୟୁତ୍ ତାର ଉପରେ ଏକ ମାଙ୍କଡ଼ ଟିଏ ବସିଥିଲା ହଠାତ୍ ଶ୍ରୀନିବାସ କୁ ଦେଖି ମାଙ୍କଡ଼ ଟି ଡେଇଁ ପଡ଼ିଥିଲା । ଏହି ସମୟରେ ବିଦ୍ୟୁତ୍ ତାର ଶ୍ରୀନିବାସ ଙ୍କ ସସ୍ପର୍ଶରେ ଆସି ସେ ମୃତ୍ୟୁବରଣ କରିଥିବା ଜଣାପଡିଛି । ସଙ୍ଗେ ସଙ୍ଗେ ଶ୍ରୀନିବାସ ଙ୍କୁ କୋଦଳା ଡାକ୍ତର ଖାନା କୁ ନିଆ ଯାଇଥିଲା କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏନେଇ ମୃତ ମନାସ ପଣ୍ଡାଙ୍କ ସ୍ତ୍ରୀ କୋଦଳା ଥାନା ରେ ଏକ ଲିଖିତ ଏତଲା ଦାଏର କରିଛନ୍ତି। କୋଦଳା ସହରର ବିଭିନ୍ନ ଓ୍ବାର୍ଡ ମାନଙ୍କରେ ଛାତ ଉପରେ ୧୧ କେଭି ବିଦ୍ୟୁତ ତାର ଯାଇଥିବା ବେଳେ ଏଗୁଡ଼ିକୁ ଅଭିଯୋଗ କଲେ ମଧ୍ୟ ହଟା ଯାଉ ନଥିବା ସ୍ଥାନୀୟ ସାହି ବାସିନ୍ଦା କହିଛନ୍ତି ।ସୂଚନା ଯୋଗ୍ୟ ଯେ, ଉକ୍ତ ସାହିର ଜଣେ ମହିଳା କିଛିଦିନ ପୂର୍ବ ରୁ ବିଦ୍ୟୁତ୍ ତାର ସସ୍ପର୍ଶରେ ଆସି ଗୁରୁତର ହୋଇଥିବା ବେଳେ ବର୍ତ୍ତମାନ ଘରେ ଚିକିସ୍ଥାଧିନ ଅବସ୍ଥା ରେ ଅଛନ୍ତି। ବାରମ୍ବାର ଅଘଟଣ ଘଟୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନେ ସଜାଗ ନହେବା ଦ୍ବାରା ସାଧାରଣ ଲୋକ ବିପଦକୁ ଠେଲି ହୋଇ ଯାଉଛନ୍ତି । ଏଦିଗରେ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଦୃଷ୍ଟି ଦେବା ସହ ଶ୍ରୀ ନିବାସ ପରିବାରକୁ ଆର୍ଥିକ ସହାୟତା ପାଇଁ ଦାବୀ କରିଛନ୍ତି ।ଏହି ସାହିର ଜଣେ ମହିଳା କିଛିଦିନ ପୂର୍ବ ରୁ ମଧ୍ୟ ବିଦ୍ୟୁତ୍ ତାର ସସ୍ପର୍ଶରେ ଆସି ବର୍ତ୍ତମାନ ଘରେ ଚିକିସ୍ଥାଧିନ ଅବସ୍ଥା ରେ ଅଛନ୍ତି। କୋଦଳାରେ ଏଭଳି ଘଟଣା ବାରମ୍ବାର ଘଟୁ ଥିବାରୁ ବିଭାଗୀୟ ମୁଖ୍ୟ ତଥା ଏସ୍ ଡି ଓ କୌଣସି ଠୋସ୍ ପଦକ୍ଷେପ ନ ନେବା ନେଇ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ତେବେ ଏନେଇ ବିଭାଗୀୟ ମୁଖ୍ୟ ଏସ୍ ଡି ଓ ଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ମୋବାଇଲ ଫୋନ ବନ୍ଦ ରହିଥିଲା ଏବଂ କାର୍ଯ୍ୟାଳୟରେ ମଧ୍ୟ ତାଙ୍କର ଦେଖା ମିଳି ନ ଥିଲା। ଜିଲ୍ଲା ମୁଖ୍ୟ ସାଉଥକୋ ୟୁଟିଲିଟି ଅଧିକାରୀ ଓ ଜିଲ୍ଲାପାଳ ଏ ଘଟଣାକୁ ନେଇ ପଦକ୍ଷେପ ନେବା ସହ କ୍ଷତି ପୂରଣ ପ୍ରଦାନ କରିବା ପାଇଁ ଦାବି କରାଯାଇଛି।


