ଉତ୍କଳମଣିଙ୍କ ଶ୍ରାଦ୍ଧ ଦିବସ ଉପଲକ୍ଷେ ବକ୍ତୃତା ପ୍ରତିଯୋଗିତା
ଆସିକା (ୱାଇଏନ୍ଏସ୍) : ପୂର୍ବବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଆସିକା ମାନବ ସେବା ସମିତି ପକ୍ଷରୁ ଆସନ୍ତା ୧୪ ତାରିଖରେ ପାଳିତ ହେବାକୁ ଥିବା ପୂଣ୍ୟାତ୍ମା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୭ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ରବିବାର ସ୍ଥାନୀୟ ପିଏମ୍ଶ୍ରୀ ହରିହର ହାଇସ୍କୁଲ ପରିସରରେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ କନିଷ୍ଠ ଓ ବରିଷ୍ଠ ବର୍ଗରେ “ଆଜିର ଓଡିଶାରେ ଗୋପବନ୍ଧୁଙ୍କ ଆବଶ୍ୟକତା ଅଛି କି?” ଶୀର୍ଷକ ବିଷୟବସ୍ତୁକୁ ନେଇ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ମାନବସେବା ସମିତିର ଆବାହକ ଗଣେଶ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି ବକ୍ତୃତା ପ୍ରତିଯୋଗିତାରେ କନିଷ୍ଠ ବର୍ଗରେ ୧୧ ଜଣ ଓ ବରିଷ୍ଠ ବର୍ଗରେ ୧୫ ଜଣ ଏହିଭଳି ସମୂଦାୟ ୨୬ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି ବକ୍ତୃତା ପ୍ରତିଯୋଗିତାକୁ ସୁପରିଚାଳନା କରିବା ଦିଗରେ ମାନବସେବା ସମିତିର ଆବାହକ ଗଣେଶ ରଥ, ମାନବସେବା ସମିତିର ସକ୍ରିୟ ସଦସ୍ୟ ଏ.ଯୁଧିଷ୍ଠିର ଦୋରା, ପ୍ରସନ୍ନ କୁମାର ପାଣିଗ୍ରାହୀ, ରାମଚନ୍ଦ୍ର ରା, ଡି.ବଦ୍ରିନାଥ ପାତ୍ର, ସୁଶିଲ୍ ମୋହନ ପାତ୍ର, ମନୋଜ କୁମାର ମିଶ୍ର, ସତ୍ୟପ୍ରିୟ ରଥ, ପ୍ରିତିବାସ ମୁନି, ପବିତ୍ର ବେହେରା, ପ୍ରଦୀପ କୁମାର ରାଉତ, ରମାକାନ୍ତ ମହାନ୍ତି ପ୍ରମୁଖ ସହଯୋଗ କରିଥିବା ବେଳେ ବହୁ ସଚେତନ ନାଗରିକ ଓ ଅଭିଭାବକ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଏହି ବକ୍ତୃତା ପ୍ରତିଯୋଗିତାରେ ବିଚାରକ ରୂପେ ଶିକ୍ଷାବିତ୍ ସତ୍ୟପ୍ରିୟ ରଥ, ପ୍ରିତ୍ବାସ ମୁନି, ଏ.ଯୁଧିଷ୍ଠିର ଦୋରା, ପବିତ୍ର ବେହେରା, ପ୍ରଦୀପ କୁମାର ରାଉତ, ରାମଚନ୍ଦ୍ର ରା ନିୟୋଜିତ ଥିଲା ବେଳେ କନିଷ୍ଠ ବର୍ଗରେ ପ୍ରାଚୀ ସ୍ୱାଇଁ ପ୍ରଥମ, ଏସ୍.ରାଜଦୀପ୍ ରାଓ ଦୋରା ଦ୍ୱିତୀୟ, ସ୍ନେହାଶ୍ରୀ ସାହୁ ତୃତୀୟ ଏବଂ ବରିଷ୍ଠ ବର୍ଗରେ ସଚ୍ଚି ବିଷୋୟୀ ପ୍ରଥମ, ସିମ୍ରନ୍ ମହାରଣା ଓ ସ୍ନେହଲତା ଗୌଡ ଦ୍ୱିତୀୟ, ଗୀତାଞ୍ଜଳୀ ପାଣିଗ୍ରାହୀ ଓ ଶୁଭଶ୍ରୀ ଦାଶ ତୃତୀୟ ହୋଇଥିବା ଜଣାପଡିଛି । ସେହିପରି ଗତ ୫ ତାରିଖ ରବିବାର ଦିନ ପଣ୍ଡିତ ଗୋପବନ୍ଧୁ ଏକ ବହୁମୁଖୀ ପ୍ରତିଭା ଶୀର୍ଷକ ବିଷୟବସ୍ତୁକୁ ଆଧାର କରି କନିଷ୍ଠ ଓ ବରିଷ୍ଠ ବର୍ଗରେ ହୋଇଥିବା ପ୍ରବନ୍ଧ ପ୍ରତିଯୋଗିତାରେ ବରିଷ୍ଠ ବର୍ଗରେ ଅର୍ପିତା ପ୍ରଧାନ ପ୍ରଥମ, ସ୍ନେହଲତା ଗୌଡ ଦ୍ୱିତୀୟ, ପାୟଲ୍ ପଣ୍ଡା ତୃତୀୟ ଏବଂ କନିଷ୍ଠ ବର୍ଗରେ ଆଦିତ୍ୟ ପ୍ରସାଦ ଦାଶ ପ୍ରଥମ, ଆୟାଂଶା ପାଣିଗ୍ରାହୀ ଏବଂ ସାଇଶ୍ୱରୀ ସ୍ୱାଇଁ ଦ୍ୱିତୀୟ, ପ୍ରାଚୀ ସ୍ୱାଇଁ ତୃତୀୟ ହୋଇଥିବା ଜଣାପଡିଛି । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାରେ କୃତୀତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଆସନ୍ତା ୧୪ ତାରିଖ ଦିନ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି ।


