ହିଞ୍ଜିଳିକାଟୁ ନଗର ମିନି ଷ୍ଟାଡିୟମ ଠାରେ ଗୁରୁ ପୁର୍ଣ୍ଣିମା ପାଳିତ

ହିିଞ୍ଜିଳି କାଟୁ , (ଯୁଗାବ୍ଦ ନ୍ୟୁଜ) ଆଜି ହେଉଛି ପବିତ୍ର ଗୁରୁ ପୁର୍ଣ୍ଣିମା । ଭାରତରେ ଗୁରୁଙ୍କ ସ୍ଥାନ ସର୍ବ ଶ୍ରେଷ୍ଠରେ ରହିଥାଏ । ଏହି ଅବସରରେ ହିଞ୍ଜିଳିକାଟୁ ନଗର ମିନି ଷ୍ଟାଡିୟମ ଠାରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ କାଟୁ ନଗର ଶ୍ରୀ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଅନ୍ତର‌୍ୟ୍ୟାମୀ ପ୍ରଧାନ ଥିବାବେଳେ ସମ୍ମାନିତ ଅତିଥି ଥିଲେ ଗଞ୍ଜାମ ଜିଲ୍ଲା ସଂଘ ଚାଳକ ଡଃ ପ୍ରଭାକର ସାହୁ । ସେ ପ୍ରଥମେ ଦୀପ ପ୍ରଜ୍ଜଳନ କରିଥିଲେ । ପରେ ମୁଖ୍ୟ ଅତିଥି ଅଭିଭାଷଣ ପ୍ରଦାନ କରିଥିଲେ । ସେ କହିଥିଲେ ଯେ ପାଶ୍ଚାତ୍ୟ ସଂସ୍କୃତି ରକ୍ଷା କରି ମାତୃଭୂମି ପରମ ବୈଭବଶାଳୀ ପର‌୍ୟ୍ୟନ୍ତ ନେଇଯିବ ଆମର ଲକ୍ଷ୍ୟ । ପ୍ରଭୁ ରାମଚନ୍ଦ୍ର, ବିକ୍ରମାଦିତ୍ୟ, ଛତ୍ରପତି ଶିବାଜୀ, ରାଣାପତାପ, ଲକ୍ଷ୍ମୀବାଈ ଏହି ଏହି ଗୈରିକ ପତାକା ଧରି ୟୁଦ୍ଧରେ ଜୟ ଲାଭ କରିଥିଲେ । ୧୯୨୮ ମସିହାରେ ଗୁରୁ ପୂର୍ଣ୍ଣିମା ଦିନ ଭଗବା ଧ୍ବଜକୁ ଗୁରୁ ରୂପେ ପ୍ରସ୍ତାବିତ କରି ଡକ୍ଟରଜୀ ଗୁରୁ ଦକ୍ଷିଣା ଦେଇଥିଲେ ସମସ୍ତଙ୍କ ଇଚ୍ଛା ଥିଲା ଯେ, ଡକ୍ଟରଜୀ ସଂଘ ଗୁରୁ ହୁଅନ୍ତୁ ସେଠାରେ ସେ ମାନା କଲେ ସେ କହିଥିଲେ ଯେ ଗୈରିକ ଧ୍ବଜକୁ ସଂଘ ଗୁରୁ ରୂପେ ଗ୍ରହଣ କରାଗଲା ଏବଂ କହିଥିଲେ ଯେ ସଂଘ ବ୍ୟକ୍ତି ନିଷ୍ଠା ନହୋଇ ତତ୍ତ୍ବଇଷ୍ଟ ହେଉ ଶେଷ କହିଥିଲେ ଲୋକେ ଆର. ଏସ୍. ଏସ୍. କୁ ଜାଣନ୍ତି କିନ୍ତୁ ପ୍ରତିଷ୍ଠାତା କୁ ଜାଣନ୍ତି ନାହିଁ । ତେରା ବୈଭବ ଅମର ରହେ ମା ହମ୍ ଦି ଚାର ରହେ ନ ରହେ. ଏହି କାର‌୍ୟ୍ୟକ୍ରମରେ ଯୋଗଦେଇ ଥିଲେ କୁଶ ମହାରଣା, ସନ୍ନ୍ୟାସୀ ପୁଷ୍ଟି ( ହିଞ୍ଜିଳିକାଟୁ ଖଣ୍ଡ ଶାରୀରିକ ପ୍ରମୁଖ), ସନ୍ତୋଷ ସାବତ, ଉମା ପାଢୀ, ଡକ୍ଟର ବୁଦାବନ ପାଢୀ, କୁମୁଦ ପାଢ଼ୀ,ରାଜେନ୍ଦ୍ର ପାଢ଼ୀ,କଳାକାର ପୃଷ୍ଟି ହିଞ୍ଜିଳିକାଟୁ କୁଟୁମ୍ବ ପ୍ରବେଧନ ପ୍ରମୁଖ , ଦେବେନ୍ଦ୍ର ସାହୁ,ବିଜେପି ନଗର ସଭାପତି ମାଧବ ଗୌଡ, କରୁଣାକର ବାଡତ୍ୟା ଉପସ୍ଥିତ ଥିଲେ ସେହି ପରି ଅନେକ ଗ୍ରାମ ବ୍ରାହ୍ମଣଛାଇ, ପିତଳ, ନରେନ୍ଦ୍ର ପୁରୁ, ପୋଡଙ୍ଗି, ଶିକିରି.ରାଳବ ସାପୁଆ ପଲ୍ଲୀ, ଗିରି. ଆଲପୁ, ରାଳବ, ଅନ୍ତରି ଗାଁ, ଶ୍ରୀ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ