କୁମୁଡାବାଲି ବଂଶଧାରା ନଦୀରେ କୁମ୍ଭୀର :ଏଆଇ ଏଡିଟ୍ ଫୋଟକୁ ନେଇ ଗୁଜବ କହିଲେ ବନ ବିଭାଗ
ମୁନିଗୁଡା, (ନନ୍ଦ କିଶୋର ପଟ୍ଟନାୟକ) : ରାୟଗଡ଼ା ଜିଲ୍ଲା ମୁନିଗୁଡା ଓ ଏହାର ଆଖପାଖ ଅଞ୍ଚଳରେ ଗତ କିଛି ଦିନ ଧରି ନଦୀରେ ଏକ କୁମ୍ଭୀର ବୁଲୁ ଥିବାର ଫୋଟ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଥିବା ଦେଖାଯାଉଛି। ଯାହାକୁ ଦେଖି ନଦୀ ତଟିଆ ଅଞ୍ଚଳରେ ରହୁଥିବା ଲୋକ ମାନେ ଏବେ ଭୟଭୀତରେ ରହିଥିବା ଜଣାପଡିଛି। ସେହିପରି ମୁନିଗୁଡା ନିକଟସ୍ଥ କୁମୁଡାବାଲିସ୍ଥିତ ବଂଶଧାରା ନଦୀର ବ୍ରିଜ ନିକଟରେ ଏକ ବଡ଼ କୁମ୍ଭୀର ବୁଲୁ ଥିବା ଫୋଟ ଭାଇରଲ ହୋଇଛି। ସେହି ଅଞ୍ଚଳର ଲୋକ ମାନେ ପ୍ରାୟ ନଦୀକୁ ଗାଧୋଇବା ପାଇଁ ଯାଉଥିବାରୁ ଯାହାକୁ ନେଇ ସେହି ଅଞ୍ଚଳରେ ଭୟର ବାତାବରଣ ଦେଖାଯାଇଛି। ଏଥିସହ ବର୍ତମାନ ଶ୍ରାବଣ ମାସ ଥିବାରୁ ଜିଲ୍ଲା ତଥା ଜିଲ୍ଲା ବାହାରରୁ ମଧ୍ୟ ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟାରେ ବୋଲବୋଲ ଭକ୍ତ ମାନେ ମୁନିଗୁଡା ନିକଟସ୍ଥ କୁମୁଡାବାଲିସ୍ଥିତ ବଂଶଧାରା ନଦୀ ତଟରେ ଥିବା ଶିବ ମନ୍ଦିରକୁ ଆସିବାର ସମ୍ଭାବନା ରହିଛି ତେଣୁ ସମସ୍ତଙ୍କୁ ଧ୍ୟାନ ଦେବାର ଆବଶ୍ୟକ ରହିଛି। ବିଶେଷ କରି ବନ ବିଭାଗ ଏଥି ପ୍ରତି ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଥିବା ବେଳେ ବନ ବିଭାଗ ଏହି ଫୋଟକୁ ଯାଞ୍ଚ କରିବା ପରେ ଏହି ପରି ଫୋଟ ଓ ଭିଡିଓ ଗୁଡିକ ଆମ ଅଞ୍ଚଳରେ ଗତ କିଛି ଦିନ ଧରି ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଘୁରି ବୁଲୁଛି ଗତ ୧୦ ଦିନ ଧରି ସୋସିଆଲ ମିଡିଆରେ ଏହି ପ୍ରକାରର ଭିଡିଓ ଭାଇରାଲ ହେବା ଘଟଣା ଦେଖାଯାଉଛି ପ୍ରଥମ ଥର ପାଇଁ ଅମ୍ବାଦଳା ଘମାଟଗୁଡା ନିକଟସ୍ଥ କରଞ୍ଜିଆ ନାଲା ନିକଟରେ ଏପରି ଭିଡିଓ ଭାଇରାଲ ହୋଇଥିଲା। କିଛି ଦିନ ପରେ ଦେଓକପୁଲି ଅଞ୍ଚଳରୁ ଏପରି ଭିଡିଓ ଆସିଥିଲା ଏବେ ମୁନିଗୁଡା ନିକଟସ୍ଥ କୁମୁଡାବାଲିରେ ମଧ୍ୟ ଏହିପରି ଫୋଟ ଆସିଛି। ଏହାର ସମ୍ପୂଣ ଯାଞ୍ଚ ପରେ ଏହା ସମ୍ପୂର୍ଣ୍ଣ ଭୁଲ ଓ ଏଆଇ (କୃତ୍ରିମ ବୁଦ୍ଧିମତା) ସହାୟତାରେ ଏଡିଟ୍ କରାଯାଇଛି ବୋଲି ଜଣାପଡିଥିଲା। ଆମ ଡିଭିଜନରେ କିମ୍ବା ପଡ଼ୋଶୀ ଜିଲ୍ଲାରେ କୁମ୍ଭୀର ମିଳିନାହିଁ। ପ୍ରକୃତରେ ନଦୀ ଭିତରେ ପାଣିର ସ୍ତର ବହୁତ କମ୍ ଅଛି। ତେଣୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହି ଏବଂ ଗୁଜବ ଉପରେ ବିଶ୍ଵାସ ନକରିବାକୁ ଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏପରି ଅସତ୍ୟ ଫୋଟ କିମ୍ଭା ଭିଡିଓ ପ୍ରତି ଭ୍ରମ ସୃଷ୍ଟି ନକରିବାକୁ ଅନୁରୋଧ କରାଯିବ ସହ କୌଣସି ବନ୍ୟଜନ୍ତୁ ସମ୍ପର୍କିତ ସନ୍ଦେହ ଜନକ ଘଟଣା ଦେଖୁଲେ ତୁରନ୍ତ ବନ ବିଭାଗକୁ ଅବଗତ କରିବାକୁ ଓ ଏପରି ଗୁଜବକୁ ଧ୍ୟାନ ନଦେବାକୁ ମୁନିଗୁଡା ରେଞ୍ଜର ପ୍ରବୀଣ କୁମାର ଦାସ ଓ ଫୋରେଷ୍ଟର ପ୍ରୋମଦିନୀ ମଣ୍ଡାଙ୍ଗୀ ପରାମର୍ଶ ଦେଇଛନ୍ତି । ବନ ବିଭାଗର ଏହି ସ୍ପଷ୍ଟୀକରଣ ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଭୟ କମିଥିବା ଜଣାପଡିଛି। ଯାହାବି ହେଉ ଏହି ଶ୍ରାବଣ ମାସ ତମାମ ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟାରେ ବୋଲବମ ଭକ୍ତ ମାନେ ଆସିବାର ଅଧିକ ସମ୍ଭାବନା ରହିଛି। ଏହିପରି ଲୋକେ ଭୟବିତ୍ତ ନହୋଇ ନିଯେ ସତର୍କ ଅବଲମ୍ବନ କରିବା ନିହାତି ଆବଶ୍ୟକ ରହିଛି।


