ଅବସରପ୍ରାପ୍ତ ସବ ଆସିଷ୍ଟାଣ୍ଟ ରେଜିଷ୍ଟାର ପ୍ରକାଶ ଚନ୍ଦ୍ର ପଣ୍ଡାଙ୍କ ପରଲୋକ

ଗୁଣପୁର,(ୱାଇଏନଏସ):ଗୁଣପୁର ବଳରାମ ନଗର ତୁଳସୀ ଲେନର ବାସିନ୍ଦା ତଥା ଅବସରପ୍ରାପ୍ତ ସବ ଆସିଷ୍ଟାଣ୍ଟ ରେଜିଷ୍ଟାର ପ୍ରକାଶ ଚନ୍ଦ୍ର ପଣ୍ଡାଙ୍କ ୮୪ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ପରଲୋକ ଘଟିଛି। ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ପ୍ରଭାବତୀ, ତିନି ପୁଅ ରବି ନାରାୟଣ,ଶିକ୍ଷକ ସୂର୍ଯ୍ୟ ନାରାୟଣ, ସାଇ ଦିବାକର,ଝିଅ ଜ୍ୟୋତ୍ସ୍ନା, ଜୋଇଁ ଲକ୍ଷ୍ମୀ ନାରାୟଣ ପାଢ଼ୀ ଓ ପରିବାର ଲୋକ ଉପସ୍ଥିତ ଥିଲେ। ସ୍ଵର୍ଗତଃ ପଣ୍ଡା ଦୀର୍ଘ ବର୍ଷ ଧରି ଗୁଣପୁର ଲ୍ୟାମ୍ପରେ ଏମ ଡି ରୂପେ ଦାୟିତ୍ୱ ତୁଲାଇବା ପରେ ପଦୋନ୍ନତି ପାଇ ସବ ଆସିଷ୍ଟାଣ୍ଟ ରେଜିଷ୍ଟାର ହୋଇଥିଲେ। ସେ ୨୦୦୧ ମସିହାରେ ଚାକିରୀ ଜୀବନରୁ ଅଵସର ଗ୍ରହଣ କରିଥିଲେ। ସ୍ଵର୍ଗତ ପଣ୍ଡା ଜଣେ ଶାନ୍ତିପ୍ରିୟ,ଭଦ୍ର,ମେଳାପି ଓ ନିଷ୍ଠାପର ବ୍ୟକ୍ତି ଥିଲେ।ସତ୍ୟ ସାଇ ସମ୍ମିତିର ସଭାପତି ରୂପେ ମଧ୍ୟ ଦାୟିତ୍ୱ ତୁଲାଇ ଅନେକ ଜନ କଲ୍ୟାଣ ଓ ସେବାମୂଳକ କାର୍ଯ୍ୟ କରି ଯାଇଛନ୍ତି। ଗୁରୁବାର ଦିନ ସନ୍ଧ୍ୟାରେ ତାଙ୍କର ମର ଶରୀରକୁ ପୁରୀ ସ୍ବର୍ଗଦ୍ବାର ଠାରେ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ବଡ଼ ପୁଅ ରବି ନାରାୟଣ ପଣ୍ଡା ମୁଖାଗ୍ନି ଦେଇଥିଲେ। ସ୍ଵର୍ଗତଃ ପଣ୍ଡାଙ୍କ ବିୟୋଗରେ ସତ୍ୟ ସାଇ ସେବା ସମିତି ପକ୍ଷରୁ ଗଭୀର ଶୋକ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ