ବୃଦ୍ଧଙ୍କ ଅଟୋ ଆମ୍ବୁଲାନ୍ସ ସେବା୯୦ ଦିନରେ ବଞ୍ଚାଇଛନ୍ତି ୧୦୦ ଜଣଙ୍କ ଜୀବନ

ହରଜିନ୍ଦର ସିଂହ ନାମକ ଜଣେ ୭୬ ବର୍ଷୀୟ ବୃଦ୍ଧ ଦିଲ୍ଲୀ ରାସ୍ତାରେ ଅଟୋ ଆମ୍ବୁଲାନ୍ସ ସେବା ଯୋଗାଉଛନ୍ତି । ସେ କୁହନ୍ତି, ଗତ ୩ ମାସ ଭିତରେ ୧୦୦ ଜଣଙ୍କ ଜୀବନ ବଞ୍ଚାଇଛନ୍ତି । ପ୍ରତିଦିନ ରାସ୍ତାରେ ଘଟୁଥିବା ଦୁର୍ଘଟଣାରେ ଆହତମାନଙ୍କୁ ସେବା ଯୋଗାଇଥାନ୍ତି । ଟ୍ରାଫିକ ନିୟମ ଭଙ୍ଗ କରି ସେ ଲୋକଙ୍କୁ ତୁରନ୍ତ ନେଇ ମେଡିକାଲରେ ପହଞ୍ଚାଇଥାନ୍ତି । ଅଟୋରେ ସେ ଫାଷ୍ଟଏଡ୍ ବକ୍ସ ମଧ୍ୟ ରଖିଛନ୍ତି । ଏଥିରେ ବିଭିନ୍ନ ପ୍ରକାର ଔଷଧ ବି ରଖିଛନ୍ତି । ସାମାନ୍ୟ ଆହତ ହୋଇଥିବା ଲୋକ ଏଥିରୁ ଆରୋଗ୍ୟ ହୋଇଥାନ୍ତି । ଗୁରୁତର ରୋଗୀଙ୍କୁ ମାଗଣାରେ ସେ ନେଇ ମେଡିକାଲରେ ପହଞ୍ଚାଇଦିଅନ୍ତି । ରାସ୍ତାରେ ଦୁର୍ଘଟଣା ଘଟିବା ସମୟରେ ଲୋକେ ଭିଡିଓ ପ୍ରସ୍ତୁତ କରିବାରେ ବ୍ୟସ୍ତ ଥିବାବେଳେ କାଳବିଳମ୍ବ ନ କରି ହରଜିନ୍ଦର ଆହତଙ୍କୁ ନେଇ ମେଡିକାଲରେ ପହଞ୍ଚାଇ ଦିଅନ୍ତି । ହରଜିନ୍ଦର ଦିଲ୍ଲୀର ଭଜନାପୁରରେ ସପରିବାର ରହୁଛନ୍ତି । ସକାଳ ୮ଟାରୁ ସେ ନିତ୍ୟକର୍ମ ସାରି ଅଟୋ ଧରି ବାହାରି ପଡ଼ନ୍ତି । ଏପରିକି ଔଷଧ ଏବଂ ମେଡିକାଲ ଖର୍ଚ୍ଚ ସେ ନିଜେ ବହନ କରିଥାନ୍ତି । ଏଥିପାଇଁ ସେ ଅଟୋରେ ଏକ ଦାନବାକ୍ସ ରଖିଛନ୍ତି । ଏଥିରୁ ମିଳୁଥିବା ଅର୍ଥକୁ ସେ ଦୁର୍ଘଟଣାଗ୍ରସ୍ତ ଲୋକଙ୍କ ଚିକିତ୍ସାରେ ଖର୍ଚ୍ଚ କରିଥାନ୍ତି ବୋଲି କହିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ