ସମିତି ସଭ୍ୟଙ୍କ ଶପଥ ପାଠ ଉତ୍ସବର ଭିଡ଼ିଓ ଭାଇରାଲ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଅଧ୍ୟକ୍ଷା ସୁବେନ୍ତ୍ରୀ ପ୍ରଧାନଙ୍କ ନିର୍ବାଚନ ମାମଲାରେ ତାଙ୍କ ପଦବୀ ଅସିଦ୍ଧ ଘୋଷିତ ହୋଇଛି। ଗତ କିଛି ଦିନ ହେଲା ଉପାଧ୍ୟକ୍ଷ ରମାକାନ୍ତ ବଳିଆର ସିଂ ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଛନ୍ତିି। ଏହି ସମୟରେ ଅଧ୍ୟକ୍ଷ ପଦ ପୂରଣ ପାଇଁ ନିର୍ବାଚନ ଆସନ୍ତା ବୁଧବାର ୧୭ତାରିଖରେ କରାଯିବାକୁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି l ଏଥିପାଇଁ ସମିତିସଭ୍ୟମାନେ ଦୁଇ ଦଳରେ ବିଭକ୍ତ ହୋଇ ଏବେ ଅଜ୍ଞାତବାସରେ ରହିଛନ୍ତି। ଗୋଟିଏ ଦଳ ତାଜୁଙ୍ଗିଆ ସମିତିସଭ୍ୟା ରୁଦା ମଲିକଙ୍କୁ ଅଧ୍ୟକ୍ଷା କରାଇବା ପାଇଁ ଏକାଠି ହୋଇଛନ୍ତି। ଅନ୍ୟ ଗୋଟିଏ ଦଳ ରୁଦାଙ୍କ ବିରୋଧରେ ରହିଥିବା ଜଣାଯାଇଛି l ଏଭଳି ପରିସ୍ଥିତିରେ ରୁଦା ସମର୍ଥନକାରୀଙ୍କର ଏକ ଭିଡିଓ ଏବେ ଭାଇରାଲ ହୋଇଛି। ଉପାଧ୍ୟକ୍ଷ ରମାକାନ୍ତଙ୍କ ନେତୃତ୍ୱରେ ସମସ୍ତ ସଭିତିସଭ୍ୟ ରୁଦାଙ୍କୁ ଜିତାଇବା ସହ ଦାରିଙ୍ଗବାଡ଼ି ବ୍ଲକର ସର୍ବାଙ୍ଗୀନ ଉନ୍ନତି କରିବାକୁ ସମସ୍ତେ ସଂକଳ୍ପ ନେଉଥିବା ଭିଡିଓରେ ଦେଖିବାକୁ ମଳିଛି l ରୁଦା କଂଗ୍ରେସ ସମର୍ଥିତ ହୋଇଥିବା ବେଳେ ତାଙ୍କ ବିରୋଧୀ ସମିତିସଭ୍ୟାମାନେ ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନଙ୍କ ସମର୍ଥକ ଥିବା ଜଣାପଡ଼ିଛି l


