ନଗର ବିଜେଡି ପକ୍ଷରୁ ମାସ୍କ ଓ ସାବୁନ ବଣ୍ଟନ

ବୁଗୁଡା, (ଅକ୍ଷୟ ବିଶ୍ୱାଳ): ବୁଗୁଡା ନଗର ବିଜୁ ଜନତା ଦଳ ପକ୍ଷରୁ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ନିର୍ଦ୍ଦେଶ କ୍ରମେ ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଜନସାଧାରଣଙ୍କୁ ମାସ୍କ ଓ ସାବୁନ ବଣ୍ଟନ କରିବା ସହ କରୋନା ସଂକ୍ରମଣ ନେଇ ସଚେତନ କରାଇଥିଲେ। ବୁଗୁଡା ନଗର ବିଜେଡି ସଭାପତି ରାଜେନ୍ଦ୍ର କୁମାର ପାଢୀ (ମୁନା), ପୁର୍ବତନ ଉପାଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ସୁଧାଂଶୁ ଶେଖର ପାଢ଼ୀ, ବାଇଧର ପ୍ରଧାନ,ରବୀନ୍ଦ୍ର କୁମାର ପଣ୍ଡା, କେ.ତ୍ରିଲୋଚନ ଦୋରା,ହର ପ୍ରସାଦ ମହାପାତ୍ର ପ୍ରମୁଖଙ୍କ ସମେତ ବହୁ ବଜେଡି କର୍ମୀ ବୁଗୁଡା ଏନଏସିର ୧୩ ନମ୍ବର ୱାର୍ଡରେ ଘରକୁ ଘର ବୁଲି ମାସ୍କ ଓ ସାବୁନ ବଣ୍ଟନ କରିଥିଲେ। ଏଥିସହ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଘରେ ରହିବା, ସାବୁନ ବା ହ୍ୟାଣ୍ଡ ୱାସ ଦ୍ୱାରା ବାରମ୍ବାର ହାତ ସଫା କରିବା, ଅତି ଆବଶ୍ୟକ ପଡ଼ିଲେ ବାହାରକୁ ଗଲେ ନିଶ୍ଚିତ ଭାବରେ ମାସ୍କ ପନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ବିଷୟରେ ବୁଝାଇ ଜନସଚେତନତା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ