ସରପଞ୍ଚଙ୍କୁ ଘେରିଲେ ଗ୍ରାମବାସୀ ରେଳ ସାଇଡିଂରୁ ମିଳିଥିବା ଆର୍ଥିକ ହଡପ ଅଭିଯୋଗରେ
ଯୋଡା (ସମୀର କୁମାର ଦାସ) : ଜଲହରି ଗ୍ରାମପନଚାୟରେ ଥିବା ଏସେଲ ଖଣି କମ୍ପାନୀର ଆପାହାତୁ ରେଳ ସାଇଡିଂରୁ ମିଳିଥିବା ଗ୍ରାମବାସୀଙ୍କ ଆର୍ଥିକ ସହାୟତା ରାଶିକୁ ସରପନଚ , ସମିତିସଭ୍ୟା ଓ ପୂର୍ବତନ ସରପଞ୍ଚ ହଡପ କରିନେଇଥିବା ଅଭିଯୋଗ କରି ସ୍ଥାନୀୟ ଜଲହରି ଅଂଚଳବାସୀ ଗ୍ପଞ୍ଚାୟତର କାର୍ଯ୍ୟାଳୟରେ ସରପଞ୍ଚଙ୍କୁ ଘେରିଥିବା ଜଣାପଡିଛି । ଜଲହରି ସରପଞ୍ଚ କେମେସି ହଟିଂ, କ୍ରେତ ହଟିଂ , ଆଇଟିସି, ନ୍ୟୁ କଲୋନୀ, ଜଲହରି ବସ୍ତି ପ୍ରଭୃତି ଗ୍ରାମର ଶତାଧିକ ମହିଳାପୁରୁଷ ପୂର୍ବାହ୍ନରେ ଏକତ୍ରିତ ହୋଇ ଅଭିଯୋଗ ଆଣିଥିଲେ । କେମେସି ହଟିଂ ର ନିରଂଜନ ମୁଣ୍ଡା, ରାଜେନ୍ ମୁଣ୍ଡା, ରାଜୁ ପାତ୍ର, ବାସୁ ମୁଣ୍ଡା ପ୍ରମୁଖ ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ବିଗତ ପ୍ରାୟ ୫ ମାସ ପୂର୍ବରୁ ଏସେଲ କମ୍ପାନୀର ଆପାହୁତ ଠାରେ ରେଳ ସାଇଡିଂ କାର୍ଯ୍ୟ ଆରମ୍ଭ ହୋଇଛି । ଉକ୍ତ ସାଇଡିଂରେ ଜଲହରି ଗ୍ରାମ ପଞ୍ଚାୟତବାସୀ ନିଯୁକ୍ତି ଦାବି କରିଥିଲେ । ମାତ୍ର ଖଣି କର୍ତୁପକ୍ଷ ସମସ୍ତ ଗ୍ରାମବାସୀଙ୍କୁ ନିଯୁକ୍ତି ଦେବାରେ ଅସମ୍ଭବ ବୋଲି କହି ରେଳସାଇଡିଂରେ ଖଣିଜ ବୋଝେଇ ହେଉଥିବା ର୍ୟାକ୍ ରେ ଟନ୍ ପିଛା ୮ ଟଙ୍କା ହିସାବରେ ସ୍ଥାନୀୟ କ୍ଷତିଗ୍ରସ୍ଥ ଗ୍ରାମବାସୀଙ୍କୁ ଦେବା ପାଇଁ ସ୍ଥାନୀୟ ସରପନଚ ଓ ସମିିତିସଭ୍ୟାଙ୍କ ସହିତ ଚୁକ୍ତି କରିଥିଲେ । ଚୁକ୍ତି ଅନୁଯାୟୀ, ଉକ୍ତ ରେଳ ସାଇଡିଂରେ କାର୍ଯ୍ୟ ହୋଇଥିବା ଟଙ୍କାକୁ ସରପଞ୍ଚ ଓ ସମିିତି ସଭ୍ୟ ଉଠାଇ ନେଇ ନିଜ ନିଜର ସମର୍ଥକ ମାନଙ୍କୁ ଟଙ୍କା ବାଂଟି ଦେଇଥିବା ବେଳେ ଅନ୍ୟ ଅଂଚଳବାସୀଙ୍କୁ ଟଙ୍କା ବଂଟନ କରିନଥିବା ସେମାନେ ଅଭିଯୋଗ କରିଛନ୍ତି । ଜଲହରି ସରପଂଚ ମିତା ମୁଣ୍ଡା ଘଟଣାସ୍ଥଳକୁ ପହନଚିବା ବେଳେ କାର୍ଯ୍ୟାଳୟରେ ପୂର୍ବରୁ ଏକତ୍ରିତ ହୋଇଥିବା ଶତାଧିକ ମହିଳାପୁରୁଷ ସରପଞ୍ଚଙ୍କୁ ଘେରି ଯାଇଥିଲେ ଏବଂ ଉକ୍ତ ଆର୍ଥିକ ସହାୟତା ରାଶିର ହିସାବକିତାବ ମାଗିବା ସହିତ ମିଳିଥିବା ଆର୍ଥିକ ସହାୟତା ରାଶି ବଂଟନରେ କାହିଁକି ପାତରଅନ୍ତର କରାଗଲା ବୋଲି ପ୍ରଶ୍ନ କରିଥିଲେ । ସରପଞ୍ଚ ମିତା ମୁଣ୍ଡା ମଧ୍ୟ ଏହାକୁ ସ୍ୱୀକାର କରି ଆଗାମୀ ଦିନରେ ଏପରି କାର୍ଯ୍ୟ କରାଯିବ ନାହିଁ ବୋଲି ଲୋକଙ୍କୁ ବୁଝାସୁଝା କରିଥିଲେ । ଦୁଇ ଦିନ ସମୟ ମଧ୍ୟରେ ଉକ୍ତ ଟଙ୍କାର ହିସାବ କିତାବ ଦେବା ସହିତ ଯେଉଁ ମାନେ ଆର୍ଥିକ ସହାୟତା ରାଶି ପାଇନାହାନ୍ତି, ସେମାନଙ୍କୁ ଉକ୍ତ ରାଶି ପ୍ରଦାନ କରାଯିବ ବୋଲି ସରପନଚ ମିତା ମୁଣ୍ଡା କହିଥିଲେ । ସରପଞ୍ଚଙ୍କଠାରୁ ପ୍ରତିଶ୍ରୁତି ପାଇବା ପରେ ଅଭିଯୋଗକାରୀମାନେ ବିକ୍ଷୋଭ ଭାଙ୍ଗିଥିଲେ । ହେଲେ ୨ ଦିନ ମଧ୍ୟରେ ଏହାର ସାମାଧ।।ନ କରାନଗଲେ ପୁଣି ସେମାନେ ସରପଞ୍ଚଙ୍କୁ ଘେରିବେ ବୋଲି ଚେତାବନୀ ଦେଇଛନ୍ତି । ତେଣେ ସରପଞ୍ଚ ମିତା ମୁଣ୍ଡା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ୨ ଦିନ ମଧ୍ୟରେ ହିସାବ କରି କ୍ଷତିଗ୍ରସ୍ଥ ମାନଙ୍କୁ ଟଙ୍କା ଦିଆଯିବ ।


