ତୈଳ ଏବଂ ଗ୍ୟାସର ଭିତିଭୂମିକୁ ମଜବୁତ୍ କରି ମହାରାଷ୍ଟ୍ରର ସମଗ୍ର ବିକାଶ ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ : କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ ସହ ସାକ୍ଷାତ କରି ରାଜ୍ୟରେ ତୈଳ ଏବଂ ଗ୍ୟାସର ଭିତିଭୂମିକୁ ମଜବୁତ୍ କରିବା ସହ ମହାରାଷ୍ଟ୍ରର ବିକାଶ ପାଇଁ ବିଭିନ୍ନ ବିଷୟରେ ଆଲୋଚନା କରିଥିବା ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି । ଆଲୋଚନା କାଳରେ ପ୍ରଧାନ ମହାରାଷ୍ଟ୍ରର ବିକାଶ, ରୋଜଗାର ଏବଂ ରାଜ୍ୟର ସମଗ୍ର ବିକାଶର ବୃଦ୍ଧି କରିବା ପାଇଁ ତୈଳ ଏବଂ ଗ୍ୟାସର ଭିତିଭୂମିକୁ ମଜବୁତ୍ କରିବା ଉପରେ ଗୁରୁତ୍ୱ ଆରୋପ କରିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ