ପଙ୍ଗପାଳ ପାଇଁ ଆମେ ପ୍ରସ୍ତୁତ: ସ୍ୱତନ୍ତ୍ର ସଚିବ

ଭୁବନେଶ୍ୱର: ପୁଣି ଓଡିଶାକୁ ପଙ୍ଗପାଳ ଭୟ । ମଧ୍ୟପ୍ରଦେଶରୁ ଫେରି ଏବେ ଛତିଶଗଡ଼ରେ ପହଞ୍ଚିଲେଣି ପଙ୍ଗପାଳ । ତେବେ ପଙ୍ଗଳପାଳ ପାଇଁ ଆମେ ସତର୍କ ତଥା ପ୍ରସ୍ତୁତ ଅଛୁ ବୋଲି କୃଷି ବିଭାଗ ସ୍ୱତନ୍ତ୍ର ସଚିବ ଏସ.କେ ବଶିଷ୍ଟ କହିଛନ୍ତି । ସେ କହିଛନ୍ତି ଯେ, ପଙ୍ଗପାଳ ଦଳ ନୂଆ କି ପୁରୁଣା ସେ ନେଇ ଗବେଷଣା କରାଯାଉଛି । ଛତିଶଗଡ଼କୁ ଲାଗିକି ଥିବା ଜିଲ୍ଲାମାନଙ୍କୁ ସତର୍କ କରାଯାଇଛି । ପ୍ରତିଦିନ ସନ୍ଧ୍ୟା ୫ଟାରେ ପଙ୍ଗପାଳଙ୍କ ଗତିବିଧିର ରିପୋର୍ଟ ଆସୁଛି । କେନ୍ଦ୍ର ଓ ରାଜ୍ୟର ମିଳିତ ଉଦ୍ୟମରେ ପଙ୍ଗପାଳର ମୁକାବିଲା କରାଯାଉଥିବା କୃଷି ବିଭାଗ ସ୍ୱତନ୍ତ୍ର ସଚିବ ଏସ.କେ ବଶିଷ୍ଟ କହିଛନ୍ତି । ମିଳିଥିବା ସୂଚନା ଅନୁସାରେ ପଙ୍ଗପାଳ ଦଳ ମଧ୍ୟପ୍ରଦେଶ ସୀମା ଦେଇ ଛତିଶଗଡ ମୁଁଗେଲିରେ ପଶିଛନ୍ତି । ଏମାନଙ୍କୁ ଘଉଡେଇବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ଏପଟେ ଛତିଶଗଡ ସୀମାନ୍ତବର୍ତୀ ଓଡିଶା ଗାଁରେ ଲୋକଙ୍କ ମନରେ ପଙ୍ଗପାଳକୁ ନେଇ ଭୟ ସଂଚାର ହୋଇଛି । ଗତ ଜୁନ୧ ତାରିଖ ମଧ୍ୟପ୍ରଦେଶରୁ ଛତିଶଗଡ କରେୟା ଜିଲ୍ଲା ଭରତପୁର ଅଚଂଳକୁ ଆସି କ୍ଷୟକ୍ଷତି ଘଟାଇ ଗୋଟିଏ ଦିନ ପରେ ପୁଣି ମଧ୍ୟପ୍ରଦେଶକୁ ଫେରି ଯାଇଥିଲେ ପଙ୍ଗପାଳ ଦଳ । ଏବେ ପୁଣି ଏହି କରେୟା ଜିଲ୍ଲାର ଭରତପୁର ବ୍ଲକ ଡଙ୍ଗୋରିଟୋଲି ଅଚଂଳରେ ରହି ବ୍ୟାପକ କ୍ଷୟକ୍ଷତି ଘଟାଇ ଚାଲିଛନ୍ତି । ପଙ୍ଗପାଳଙ୍କୁ ଘଉଡାଇବା ପାଇଁ କରୋୟ ଜିଲ୍ଲା ପ୍ରଶାସନ ଓ କୃଷି ବିଭାଗ ତରଫରୁ କୀଟନାଶକ ସିଞ୍ଚନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ