ଆଳି ବ୍ଲକ ବିଜେଡି ସଭାପତି ହେଲେ ଭୀଷ୍ମ ମହାନ୍ତି

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ) :କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ୍ ବିଜେଡି ସଭାପତି ଭାବେ ବରିଷ୍ଠ ବିଜେଡି ନେତା ତଥା କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଉପସଭାପତି ଭୀଷ୍ମ ମହାନ୍ତିଙ୍କୁ ଦଳ ପକ୍ଷରୁ ମନୋନୀତ କରାଯାଇଛି। ଦଳର ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର ଏ ନେଇ ଘୋଷଣା କରିଛନ୍ତି। ସମ୍ପ୍ରତି କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସଭାପତି ଦାୟିତ୍ୱ ଦକ୍ଷତାର ସହିତ ନିର୍ବାହ କରୁଥିବା ଶ୍ରୀ ମହାନ୍ତି ଛାତ୍ର ରାଜନୀତିରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ପରେ ସେ ଜନତା ଦଳରେ ଯୋଗଦେଇ ପ୍ରତ୍ୟକ୍ଷ ରାଜନୀତିରେ ଯୋଗ ଦେଇଥିଲେ। ପୂର୍ବତନ ରାଜ୍ୟସଭା ସଦସ୍ୟା ସୁଶ୍ରୀ ଦେବୀଙ୍କ ଘନିଷ୍ଠ ସହଯୋଗୀ ଭାବେ ଦକ୍ଷତାର ସହ ଦଳୀୟ ସାଂଗଠନିକ କାର୍ଯ୍ୟ କରିବା ସହିତ ଶ୍ରୀ ମହାନ୍ତି ଆଳି ବିଧାୟକ ପ୍ରତାପକେଶରୀ ଦେବଙ୍କ ସହଯୋଗୀ ଭାବେ ଦଳର ସାଂଗଠନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଆସୁଛନ୍ତି। ଦୃଢ଼ ସଂଗଠକ ଶ୍ରୀ ମହାନ୍ତିଙ୍କ ପତ୍ନୀ ରଶ୍ମିତା ମହାନ୍ତି ଏକାଧିକଥର ଆଳି ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି। ଦଳୀୟ ସଂଗଠନକୁ ତୃଣମୂଳସ୍ତରରେ ସୁଦୃଢ଼ କରିବା ପାଇଁ ସେ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ