ହିଞ୍ଜିଳି ପୁଲିସ ପକ୍ଷରୁ କରୋନା ସଚେତନତା ରାଲି

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ନେଇ ସାରା ବିଶ୍ୱ ଚିନ୍ତିତ।ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ରୋକିବା ପାଇଁ ଉଦ୍ୟମ ଜାରି ରହିଛି । ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା ଲାଗୁ କରାଯିବା ସହ ଡ଼ାକବାଜି ଯନ୍ତ୍ର ସହାୟତା ସମେତ ବିଭିନ୍ନ ଉପାୟରେ ଜନସଚେତନ କରାଯାଉଛି । ପ୍ରଶାସନ ପକ୍ଷରୁ ଲକଡ଼ାଉନ, ସଟଡ଼ାଉନ, ଜନତା କର୍ଫ୍ୟୁ, ୧୪୪ ଧାରା ଲାଗୁ କରାଯାଇଛି । ଅତ୍ୟାବଶ୍ୟକ ନଥିଲେ ଘରୁ ବାହାରକୁ ବାହାରିବାକୁ ବାରଣ କରାଯାଇଛି ଏବଂ ଅତ୍ୟାବଶ୍ୟକ ସମୟରେ ଘରୁ ବାହାରକୁ ବାହାରିଲେ ମାସ୍କ ବ୍ୟବହାର ସହ ହାତକୁ ବାରମ୍ବାର ସାବୁନ କିମ୍ବା ହ୍ୟାଣ୍ଡୱାସ୍‌ରେ ଧୋଇବା ଲାଗି ପରାମର୍ଶ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଅପରାହ୍ନରେ ହିଞ୍ଜିଳି ପୁଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯିବା ସହ ସଚେତନତା ରାଲି କରାଯାଇଛି । ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ତତ୍ୱାବଧାନରେ ଥାନାର ସମସ୍ତ କର୍ମଚାରୀ ମୁହଁରେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତ୍ୱ ରକ୍ଷା କରି କରୋନା ସମ୍ବନ୍ଧୀୟ ସ୍ଲୋଗାନ ଦେବା ସହ ହାତରେ ପ୍ଲାକାର୍ଡ଼ ଧରି ସ୍ଥାନୀୟ ପୌରାଂଚଳର ବିଭିନ୍ନ ୱାର୍ଡ଼ ପରିକ୍ରମା କରିବା ସହ ଜନସଚେତନ କରିଥିଲେ । ଡ଼ାକବାଜି ଯନ୍ତ୍ର ସହାୟତାରେ ନିଜର ଘର ଓ ପରିବେଶକୁ ସଫା ରଖିବା ସହ ଘରୁ ବାହାରକୁ ବାହାରିଲେ ମାସ୍କ ବ୍ୟବହାର କରିବା, ସର୍ବସାଧାରଣ ସ୍ଥାନରେ ଛେପ ନପକାଇବା, ସାମାଜିକ ଦରତ୍ୱ ରକ୍ଷା କରିବା, ଅତ୍ୟାବଶ୍ୟକ ନହେଲେ ଘରୁ ବାହରକୁ ନଆସିବା, ଲକଡ଼ାଉନ, ସଟଡ଼ାଉନ ସମେତ ପ୍ରଶାସନର ସମସ୍ତ ନିୟମକୁ ମାନି ଚଳିବା ସକାଶେ ସହରବାସୀଙ୍କୁ ଅନୁରୋଧ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ, ବିଡ଼ିଓ ପ୍ରସନ କୁମାର ପାତ୍ର, ଥାନା ଏସଆଇ ମମତା ସାମନ୍ତରାୟ, ପ୍ରଦୀପ୍ତ ଦାଶ, ବାସୁଦେବ ଭୋଇ, ଜ୍ଞାନରଞ୍ଜନ ମିଶ୍ର, ଏଏସଆଇ ରାଜନ ବିଷୋୟୀ, ସୁରଥ ଭୁୟାଁ, ରାଜିବ ପାଢିଙ୍କ ସମେତ ଥାନାର ସମସ୍ତ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ