କରୋନା ଯୋଦ୍ଧାଙ୍କୁ ଜିଲ୍ଲା ଯୁବ ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଜିଲ୍ଲା ଯୁବ ବିଜେଡି ପକ୍ଷରୁ କରୋନା ମହାମାରୀ ସମୟରେ ନିଜର ଜୀବନକୁ ବିପନ୍ନକରି ସମାଜର ହିତ ପାଇଁ ଜନସେବା ଉଦେଶ୍ୟରେ ନିଷ୍ଠାପର ଭାବେ ନିଜର କର୍ତ୍ତବ୍ୟ ସମ୍ପାଦନ କରିଥିବା ଜନପ୍ରତିନିଧି ଓ ପୋଲିସ ଅଧିକାରୀମାନଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଛି । ଜିଲ୍ଲା ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ସରୋଜକାନ୍ତ ସାହୁଙ୍କ ନେତୃତ୍ୱରେ ସମ୍ପାଦକ ଗୈାତ୍ତମ ସ୍ୱାଇଁ,ସେକ ଆନସାରୀ,ସେକ ଅଞ୍ଜନ,ରାଜେନ୍ଦ୍ର ମହାପାତ୍ର,ଦୟାନିଧି ମଦ୍ର୍ଦରାଜ,ସୁଦାମ ସାହୁ ପ୍ରମୁଖ ଆରକ୍ଷୀ ଅଧିକ୍ଷକ ନୀତି ଶେଖର,କେନ୍ଦ୍ରାପଡା ଏସଡିପିଓ ରାଜୀବ ଲୋଚନ ପଣ୍ଡା,ଟାଉନ ଥାନା ଭାରପ୍ରାପ୍ତ ଇନିସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟ,ସଦର ଥାନା ଭାରପ୍ରାପ୍ତ ଇନିସପେକ୍ଟର ପ୍ରମୋଦ କୁମାର ମଲ୍ଲିକ,କପାଳେଶ୍ୱର ସରପଂଚ ଗାୟତ୍ରୀ ମହାନ୍ତି ଓ କପାଳେଶ୍ୱର ଉଦ୍ୟମ ସ୍ୱେଛାସେବୀ ସଂଗନର ସ୍ୱେଛାସେବୀମାନଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି କରୋନା ଯୋଦ୍ଧା ଭାବରେ ସମ୍ବର୍ଦ୍ଧିତ କରିଥିଲେ ।


