ମାନୁନାହାନ୍ତି ଲକଡ଼ାଉନ ଅମାନିଆଙ୍କ ଠାରୁ ଜରିମାନା

ଛତ୍ରପୁର (ଓ୍ବାଇଏନ୍ଏସ୍) : ଗଞ୍ଜାମ ଜିଲ୍ଲାରେ କିଛି ଅମାନିଆ ଅବୁଝାଙ୍କ ପାଇଁ କଥାରେ ଅଛି ମୋତେ ଯେତେ ମାଠୁଛୁ ମାଠେ ମୁଁ ସେହି ଦରପଡ଼ା କାଠେ ଏହି ଉକ୍ତିଟି ଲାଗୁ କଲେ ବୋଧ ହୁଏ ଭୁଲ ହେବ ନାହିଁ । ଜିଲ୍ଲାରେ ପଜିଟିଭଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଶନିବାର ଓ ରବିବାର ସମ୍ପୂର୍ଣ୍ଣ ସଟଡାଉନ କରାଯାଇଥିବାବେଳେ ସୋମବାରରୁ ଶୁକ୍ରବାର ସକାଳ ୭ରୁ ୧୨ ପର୍ଯ୍ୟନ୍ତ କେବଳ ପନିପରିବା, ଫଳ ଓ ତେଜରାତି ଦୋକାନ ଖୋଲା ରହୁଛି । ହେଲେ ସରକାରଙ୍କ ନିୟମ ପାଳନ କରିବାରେ ଏବେ ବି କିଛି ଲୋକ ଅବୁଝା ଓ ଅମାନିଆ ହେଉଛନ୍ତି । ଏଣୁ ସେମାନଙ୍କୁ ସାବାଡ଼ କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ଛକରେ ସେମାନଙ୍କୁ ଅଟକାଇ ତାଙ୍କଠାରୁ ଜରିମାନା ଆଦାୟ କରାଯାଉଛି । ଏପରିକି କିଛି ଅସାଧୁ ମଦ ବେପାରୀ ଲୁଚାଚୋରାରେ ମଦ ବିକ୍ରି କରିବା ପାଇଁ ମଧ୍ୟ ପଛଘୁଂଚା ଦେଉନାହାନ୍ତି । ଏହି କ୍ରମରେ ବ୍ରହ୍ମପୁର ପୁଲିସ ଜିଲ୍ଲା ପକ୍ଷରୁ ଚୋରା ମଦ ଜବତ ସହ ମାସ୍କ ପରିଧାନ, ରାତିରେ ବୁଲିବା ଓ ଗାଡ଼ି ଚଳାଚଳ ଆଦି ନିୟମକୁ ଉଲ୍ଲଙ୍ଘନ କରିଥିବା ଅବସରରେ ୮୯୫୦୦ ଟଙ୍କା ଗତ ୨୦ ତାରିଖ ସକାଳ ୬ରୁ ୨୧ ତାରଖ ସକାଳ ୬ ମଧ୍ୟରେ ଆଦାୟ କରାଯାଇଛି । ସେହିପରି ଗଞ୍ଜାମ ପୁଲିସ ଜିଲ୍ଲା ପକ୍ଷରୁ କରୋନା ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ୬୨ ହଜାର ଟଙ୍କା ଜରିମାନା ଆଦାୟ ସହ ଚୋରା ମଦ ଜବତ ଓ ଜୁଆ ଖେଳୁଥିବା ଅଭିଯୋଗରେ ୭ ଜଣଙ୍କୁ ଗିରଫ କରାଯାଇ ୭ ହଜାର ଟଙ୍କା ଜବତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ