ଆଜି ଜନ୍ମବେଦିରେ ବିଜେ ହେବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ବୁଧବାର ଜନ୍ମବେଦିରେ ଅଧିଷ୍ଠିତ ହେବେ ଚତୁର୍ଦ୍ଧାମୂର୍ତ୍ତି । ବର୍ଷକ ପରେ ଆସିଛି ସେହି ଶୁଭ ମୁହୂର୍ତ୍ତ । ରଥାରୁଢ଼ ଠାକୁର ପହଣ୍ଡି ହୋଇ ଗୁଣ୍ଡିଚାଘର ଜନ୍ମବେଦିରେ ବିଜେ ହେବେ । ଶ୍ରୀମନ୍ଦିର ପ୍ରଶାସନ ଏଥିପାଇଁ କରିଛି ସ୍ୱତନ୍ତ୍ର ପ୍ରସ୍ତୁତି । ଅପରାହ୍ନ ସାଢେ଼ ୫ଟା ପହଣ୍ଡି ଧାର୍ଯ୍ୟ ହୋଇଥିବା ସୂଚନା ମିଳିଛି । ବୁଧବାର ରଥରେ ଠାକୁରଙ୍କ ସନ୍ଧ୍ୟାଧୂପ ସରିଲେ ଡେରିଲାଗି ହୋଇ ବିଜେ କାହାଳୀ ବାଜିବ । ଶ୍ରୀବିଗ୍ରହଙ୍କ ଗୁଣ୍ଡିଚାଘରକୁ ପହଣ୍ଡି ପର୍ବର ଶୁଭାରମ୍ଭ ହେବ । ପୂର୍ବରୁ ଯଥାବିଧି ଠାକୁରଙ୍କ ନୀତିକାନ୍ତି ସମ୍ପନ୍ନ ହେବ । ସକାଳୁ ରଥ ଉପରେ ଠାକୁରଙ୍କ ମଙ୍ଗଳାଳତି ଅନୁଷ୍ଠିତ ହେବ । ତଡ଼ପଲାଗି ଓ ଅବକାଶ ନୀତି ବଢ଼ି ବେଶ ହେବେ ଚତୁର୍ଦ୍ଧାମୂର୍ତ୍ତି । ଏହା ପରେ ବଲ୍ଲଭ ନୀତି ବଢ଼ି ସକାଳ ଧୂପ ଅନୁଷ୍ଠିତ ହେବ । ଭୋଗରେ ମୁଗ, କୋରା, ଆଦି ଶୁଖିଲା ଭୋଗ ସହ ଫଳମୂଳ ଭୋଗ ଲାଗି । ଏହା ପରେ ଯାତ୍ରାଙ୍ଗୀ ମହାସ୍ନାନ ସମ୍ପନ୍ନ ହେବ । ପରେ ଦ୍ୱିପହର ଧୂପ ସରି ସନ୍ଧ୍ୟାଆଳତି ଅନୁଷ୍ଠିତ ହେବ । ଠାକୁରଙ୍କ ସନ୍ଧ୍ୟା ଧୂପ ପରେ ଚାରମାର ଲାଗି ପହଣ୍ଡି ପ୍ରସ୍ତୁତି ହେବ । ଜନ୍ମବେଦିରେ ଅଧିଷ୍ଠିତ ହେବା ପରେ ଠାକୁରେ ମହାସ୍ନାନ ହେବେ । ସୂର୍ଯ୍ୟପୂଜା ଦ୍ୱାରପାଳ ପୂଜା ବଢ଼ି ବଡ଼ସିଂହାର ଭୋଗ ଅନୁଷ୍ଠିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ