ରାଜ୍ୟ ସ୍ତରୀୟ ଚିତ୍ରାଳୟ ମାଲିକ ସମ୍ମିଳନୀ ଅନୁଷ୍ଠିତ

ବ୍ର୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ଓଡିଶା ଚିତ୍ରାଳୟ ମାଲିକ ସଂଘ ପକ୍ଷରୁ ଅର୍ଦ୍ଧବାର୍ଷିକ ଉତ୍ସବ ଅବସରରେ ରାଜ୍ୟସ୍ତରୀୟ ଚିତ୍ରାଳୟ ମାଲିକ ସଂଘର ସଭାପତି ଶ୍ରୀ ନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଓ ବିଧାୟକ ବିକ୍ରମ ପଣ୍ଡପ୍ରେଯାଗ ଦେଇଥିଲେ । ଉକ୍ତ ବୈଠକରେ ସଂଘକୁ ଆହୁରି ସୁଦୃଢ କରିବାକୁ ହେଲେ ସଂଘରୁ ବହିଷ୍କୃତ ହୋଇଥିବା ମାଲିକଙ୍କ ଠାରୁ ଦୁରେଇ ରହିବାକୁ ସଦସ୍ୟ ମାନଙ୍କୁ ପରାମର୍ଶ ଦିଆଯାଇଥିଲା । ସଂଘର ଉନ୍ନତ୍ତି ନିମନ୍ତେ ସଦସ୍ୟମାନେ ନିଜର ବକ୍ତବ୍ୟ ରଖିବା ସହ ସଂଘର ସଭାପତି, ଉପସଭାପତି , ମଧ୍ୟ ନିଦଜର ମତ ରଖିଥିଲେ । ଏହି ଅବସରରେ ବଳିଷ୍ଠ ଚିତ୍ରାଳୟ ମାଲିକ ଟି. ବାପୁଜୀ , ବରିଷ୍ଠ ମଞ୍ଚ ନିର୍ଦ୍ଦେଶକ ଶ୍ରୀ ଉଦୟନାଥ ମହାରାଣା , ଶ୍ରୀ ସୁଦୀପ କୁମାର ସାହୁ ଓ ନବକିଶୋର ମହାପାତ୍ର ଦୁଇଜଣ ଗଣମାଧ୍ୟମ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗଦାଧର ଖୁଣ୍ଟିଆ , ରାଧାଚରଣ ସୀହୁ, ଧୃବ କୁମାର ପ୍ରଧାନ, ରାଜେନ୍ଦ୍ର ମିଶ୍ର , ଅରବିନ୍ଦ ରାଓ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ