୭ରୁ ୧୨ ବଜାରରେ ଅସମ୍ଭବ ଭିଡ଼ ୧୨ ଟା ପରେ ଶୁନ୍‌ଶାନ୍‌

ହିଞ୍ଜିଳିକାଟୁ, (ୱାଇଏନଏସ):କରୋନା ଭୁତାଣୁ ସଂକ୍ରମଣ ତାଲିକାରେ ଗଞ୍ଜାମ ଜିଲ୍ଲା ସାରା ରାଜ୍ୟରେ ଏକ ନମ୍ବର ସ୍ଥାନରେ ରହିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ସାଂଘାତିକ ପରିସ୍ଥିତି ହେଲାଣି ତଥାପି ସୁଧୁରିବାର ନାଁ ଧରୁନାହାନ୍ତି ସହରବାସୀ । ଅନଲକ-୧ ପର୍ଯ୍ୟାୟର ୨ ଦିନିଆ ସଟଡ଼ାଉନ ଶନି ବାର ଓ ରବିବାର ସରିବା ପରେ ପରେ ହିଞ୍ଜିଳିକାଟୁ ପୌରାଂଚଳ ଲକ୍ଷ୍ମୀ ବଜାର ଓ ପରିବା ବଜାରରେ ଗ୍ରାହକଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି । ସତେଯେପରିକି ଲୋକଙ୍କ ମନରୁ କରୋନା ଜନିତ ଆଶଙ୍କା ଦୂରେଇ ଯାଇଛି । ରାଜ୍ୟ ସରକାର କରୋନା ସଂକ୍ରମିତ ୧୧ଟି ଜିଲ୍ଲାରେ ସପ୍ତାହର ଶେଷ ୨ ଦିନ ଶନିବାର ଓ ରବିବାର ସଟଡ଼ାଉନ ଘୋଷଣା କରିଛନ୍ତି । ସେହି ଅନୁସାରେ ଶନିବାର ଓ ରବିବାର ସ୍ଥାନୀୟ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳ ଗୁଡ଼ିକରେ ସଟଡ଼ାଉନ କଡ଼ାକଡ଼ି ଭାବେ ପାଳନ କରାଯାଇଥିଲା । ଗାଁ ଗଣ୍ଡା ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ଶୁନଶାନ । ସତେ ଯେପରିକି ସବୁଠି ନିରବତା ରକ୍ଷା କରିବା ଲାଗି ଜନସାଧାରଣ ପ୍ରତିଜ୍ଞାବଦ୍ଧ । ସଟଡ଼ାଉନ ଓ ପ୍ରତ୍ୟେହ ମଧ୍ୟାନ୍ନ ୧୨ ଟା ପରେ ପୁଲିସ, ପୌର ଓ ରାଜସ୍ୱ ପ୍ରଶାସନ ପକ୍ଷରୁ ଘରୁ ବାହାରକୁ ନବାହାରିବାକୁ ଜନସାଧାରଣଙ୍କୁ ଡ଼ାକବାଜି ଯନ୍ତ୍ର ସାହର୍ଯ୍ୟରେ ନିବେଦନ କରାଯାଉଛି । ପ୍ରଶାସନର ପରାମର୍ଶକୁ ରକ୍ଷା କରିବାକୁ ଯାଇ ଜନସାଧାରଣ ସଟଡ଼ାଉନ ଓ ପ୍ରତ୍ୟେହ ମଧ୍ୟାନ୍ନ ୧୨ ଟା ପରେ ଘରୁ ବାହାରକୁ ବାହାରୁ ନାହାନ୍ତି । ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳର ସମସ୍ତ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଓ ଯାନବାହାନ ଚଳାଚଳ ସମ୍ପୁର୍ଣ୍ଣ ବନ୍ଦ ରହୁଥିବା ଦେଖିବାକୁ ମିଳୁଛି । ହେଲେ ସଟଡ଼ାଉନ ସରିବା ପରେ ସୋମବାର ଓ ମଙ୍ଗଳବାର ୨ ଦିନ ଧରି ସହରରେ ଦେଖିବାକୁ ମିଳୁଛି ଗ୍ରାହକଙ୍କ ଅସମ୍ଭବ ଭିଡ଼ ଓ ବେଶ ଗହଳି । ସତେ ଯେମିତି ଲୋକଙ୍କ ପାଇଁ ସବୁକିଛି ସାମନ୍ୟ ଓ ସାଧାରଣ ରହିଛି । ସ୍ଥାନୀୟ ପୌରାଂଚଳର ପରିବା ବଜାର, ଲଗା ଦୋକାନ, ରାସନ ଦୋକାନ ଗୁଡ଼ିକରେ ଗ୍ରାହକଙ୍କ ଅସମ୍ଭବ ଭିଡ଼ ଲାଗି ରହିଥିଲା । ସତେଯେପରି ସାମାଜିକ ଦୂରତ୍ୱ ରକ୍ଷା କଣ ଲୋକେ ସମ୍ପୁର୍ଣ୍ଣ ଭାବେ ଭୁଲି ଯାଉଛନ୍ତି । ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଯେତେ ସଚେତନ କରାଯାଉଥିଲେ ମଧ୍ୟ ଲୋକେ ମାନିବାକୁ ନାରାଜ । ସଚେତନ ହୋଇ ସୁଦ୍ଧା ସଂକ୍ରମଣ ଆଶଙ୍କାକୁ ଅଣଦେଖା କରୁଛନ୍ତି । କରୋନା ଭୁତାଣୁ ସଂକ୍ରମଣ ରୋକିବାକୁ ହେଲେ ଜନସାଧାରଣଙ୍କ ଭିତରେ ସଚେତନତା ନିହାତି ଆବଶ୍ୟକ ଏଥି ସକାଶେ ପୌର ପ୍ରଶାସନ ପକ୍ଷରୁ ବାରମ୍ବାର ସଚେତନ କରାଯାଉଛି ଏବଂ ଅମାନିଆ ମାନଙ୍କ ଠାରୁ ଏନଫୋର୍ସ ଟିମ୍ ମାଧ୍ୟମରେ ଜୋରିମାନା ଆଦା କରାଯାଉଥିଲେ ମଧ୍ୟ କିଛି ଅମାନିଆ ମାନୁନଥିବା ନେଇ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ କହିଛନ୍ତି । ଆଗାମୀ ଦିନରେ ଯଦି ଏଭଳି ସ୍ଥିତି ଲାଗି ରୁହେ ଆଗକୁ ସ୍ଥିତି ବିଗିଡ଼ିବ ବୋଲି ଅଂଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ