ବିଜ୍ଞାନ ମହାବିଦ୍ୟାଳୟରେ ବିଶ୍ୱ ସ୍କାଉଟସ୍ ସ୍କାର୍ଫ ଦିବସ
ଆସିକା (ୱାଇଏନ୍ଏସ୍) : ପୂର୍ବବର୍ଷମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଶନିବାର ବିଶ୍ୱ ସ୍କାଉଟସ୍ ସ୍କାର୍ଫ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି । ଆସିକା ବିଜ୍ଞାନ ମହାବିଦ୍ୟାଳୟର ରୋଭର୍ ଲିଡର୍ ଅଧ୍ୟାପକ ସରୋଜ କୁମାର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ହରପ୍ରସାଦ ଶତପଥୀ ଯୋଗଦେଇ ଏହି ଦିବସ ପାଳନର ଲକ୍ଷ୍ୟ ଏବଂ ଅଭିମୁଖ୍ୟ ଓ ତାତ୍ପର୍ଯ୍ୟ ସାଙ୍ଗକୁ ଇତିହାସ ଉପରେ ବହୁ ଶିକ୍ଷଣୀୟ ପରାମର୍ଶ ଦେବା ସାଙ୍ଗକୁ ସ୍କାଉଟ୍ସ ଓ ଗାଇଡ୍ସ ସ୍ୱେଚ୍ଛାସେବୀମାନେ ସେବା ମନୋଭାବ ନେଇ ସମାଜସେବା ଓ ଦେଶ ଗଠନରେ ବ୍ରତୀ ହେବାକୁ ଆହ୍ୱାନ କରିବା ସହ ସ୍ୱେଚ୍ଛାସେବୀମାନଙ୍କୁ ଶୃଙ୍ଖଳା, ସେବା, ନିଷ୍ଠା ଓ ବିପର୍ଯ୍ୟ ପରିଚାଳନା ଉପରେ ସେମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସଂପର୍କରେ ମାର୍ଗଦର୍ଶନ କରିବା ସାଙ୍ଗକୁ ପାଠପଢା ସହ ସମାଜସେବା ପାଇଁ ଉତ୍ସର୍ଗିକୃତ ମନୋଭାବ ନେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଆସିକା ଆସିକା ବିଜ୍ଞାନ ମହାବିଦ୍ୟାଳୟର ଭାରତ ସ୍କାଉଟସ୍ ଓ ଗାଇଡସ୍ ୟୁନିଟ୍ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ବିଶ୍ୱ ସ୍କାଉଟସ୍ ସ୍କାର୍ଫ ଦିବସ ପାଳନ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ରୋଭର୍ ଲିଡର୍ ଅଧ୍ୟାପକ ସରୋଜ କୁମାର ପଣ୍ଡା ଏବଂ ରେଞ୍ଜର୍ ଲିଡର୍ ଅଧ୍ୟାପିକା ରଶ୍ମିପ୍ରିୟା କାଲୁୁ ଯୋଗଦେଇ ଭାରତ ସ୍କାଉଟସ୍ ଓ ଗାଇଡସ୍ରେ ଅଂଶଗ୍ରହଣ କରୁଥିବା ସ୍ୱେଚ୍ଛାସେବୀମାନେ ପରିଧାନ କରୁଥିବା ୟୁନିଫର୍ମ ସହିତ ସ୍କାର୍ଫିଂର ମହତ୍ୱ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିବା ସାଙ୍ଗକୁ ସ୍ୱେଚ୍ଛାସେବୀମାନେ ସ୍କାଉଟିଂ ଭାବନାକୁ ପ୍ରକଟ କରିବା ଏବଂ ଏକତାର ଭାବଧାରାକୁ ବଜାୟ ରଖିବା ସାଙ୍ଗକୁ ସ୍କାଉଟ୍ ପ୍ରତି ଥିବା ପ୍ରତିଜ୍ଞା ଓ ିନିୟମ ପ୍ରତି ନିଜର ପ୍ରତିବଦ୍ଧତାକୁ ଉଜ୍ୱିବୀତ କରିରଖିବାକୁ ମାର୍ଗଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । ଆସିକା ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ସ୍କାଉଟସ୍ ସ୍କାର୍ଫିଂ ଦିବସ ପାଳନ କାର୍ଯ୍ୟକ୍ରମରେ ସ୍କାଉଟସ୍ ରୋଭର୍ ସ୍ୱେଚ୍ଛାସେବୀ ଆଲୋକ ସ୍ୱାଇଁ, ସ୍ନେହାଶିଷ୍ ଲେଙ୍କା, ଏଲ୍.ମାନସ ଦୋରା, ବସନ୍ତରାଜ ବାଡତ୍ୟା, ଓମ୍ ପ୍ରଧାନ, ରାଜେନ୍ଦ୍ର ଗୌଡ, ବିଷ୍ଣୁପ୍ରସାଦ ଜେନା, ରାଜେଶ୍ ଗୌଡ, ରାଜା ପୋଲାଇ, ପବିତ୍ର ମହାନ୍ତି, ବିଶ୍ୱଜିତ୍ ମହାନ୍ତି, ଜଗଦିଶ୍ ନାୟକ, ରେଞ୍ଜର ସ୍ୱେଚ୍ଛାସେବୀ ପ୍ରାଚୀ ପ୍ରଜ୍ଞା ମାଝୀ, ନାଇନା ବାଡତ୍ୟା, ଶୁଭଶ୍ରୀ ପ୍ରଧାନ, ହରପ୍ରିୟା ଜେନା, ମର୍ନଭା ବିଶ୍ୱାଳ, ଅର୍ପିତା ଷଡଙ୍ଗୀ, ପୂର୍ଣ୍ଣବାସୀ ଜେନା, ସଂଯୁକ୍ତା ସେଠୀ, ଦୀପିକା ନାୟକଙ୍କ ସମେତ ବହୁ ସ୍ୱେଚ୍ଛାସେବୀ ଯୋଗଦେଇ ଥିବା ଲକ୍ଷ୍ୟ କରାଯାଇଥିଲା ।


