ବାହାରିଲା ଆଡପ ଅବଢା
ପୁରୀ : ଆଜି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଅବଢ଼ା ଲାଗି ହୋଇଛି । ଆଡପ ଅବଢା ବାହାରିଛି । ବର୍ଷକରେ ଥରେ ଆଡପ ଅବଢା ବାହାରିଥାଏ । ଏହାକୁ ନେଇ ଭକ୍ତମାନେ ବେଶ୍ ଉତ୍ସାହର ସହ ଅପେକ୍ଷା କରିଥାନ୍ତି । ଆଜି ସକାଳ ଧୂପ ପରେ ଆଡପ ଅବଢା ବାହାରିଛି। ଆଡପ ଅବଢା ପାଇଁ ଟୋକନ ବ୍ୟବସ୍ଥା କରାଯାଇଛି । ନାକଚଣା ଦ୍ୱାର ନିକଟ ବସ୍ଷ୍ଟାଣ୍ଡ ପରିସରରେ ମହାପ୍ରସାଦ ମିଳିବ ସୂଚନା ରହିଛି । ଗତକାଲି ରଥ ଉପରେ ଠାକୁରଙ୍କର ସମସ୍ତ ନୀତିକାନ୍ତି ଶୃଙ୍ଖଳିତ ଭାବେ ଶେଷ ହୋଇଥିଲା ଆଡ଼ପ ମଣ୍ଡରେ ଠାକୁରମାନେ ଅବସ୍ଥାନ କରିବା ବେଳେ ଶ୍ରଦ୍ଧାଳଙ୍କୁ ଦର୍ଶନ ପାଇଁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।