କୋଦଳାରେ ବେଆଇନ ଭାବେ ଚାଲିଛି ପାଣି ଫାକ୍ଟ୍ରି
କୋଦଳା , (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଲା କୋଦଳା ଏନ.ଏସି ରେ ଲୁହାଶଙ୍ଖ ନିକଟରେ ୨ଟି ପାଣି ଫେଂକ୍ଟ୍ରି ବେଆଇନ ଭାବେ ଚାଲିଛି।କିଛି ରାଜନେତାଙ୍କୁ ହାତମୁଠାରେ ରଖି ନିରୀହ ଜୀବନ ଉପରେ ଖେଳ ଖେଳୁଛନ୍ତି ।ଏହି ଫେଂକ୍ଟ୍ରିରେ ବେନିୟମ ଭାବରେ ପାଣି ପାଉଜ, ପାଣି ବୋତଲ, ଇଟା ଗ୍ଳୋକୋଜ ଏବଂ କିଛି କୋଲଡ୍ରିଙ୍କସ ମଧ୍ୟ ତିଆରି କରି ବିଭିନ୍ନ ଅଞ୍ଚଳକୁ ସପ୍ଲାଇ କରାଯାଉଛି ।କୋଦଳା ଏନ.ଏସି ମେଇନ ରୋଡ଼ରେ ଏହି ପାଣି ଫେଂକ୍ଟ୍ରି ବେନିୟମ ଭାବେ ଚାଲୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନର ନଜର ପଡୁନାହିଁ। ବିନା ଲାଇସେନ୍ସରେ ଏହି ଫେଂକ୍ଟ୍ରି ଚାଲୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କାହିଁ ଚୁପ ବସିଛନ୍ତି ତାହା ସନ୍ଦେହ ଘେରରେ।ଏହି ପାଣି ଫେଂକ୍ଟ୍ରି ଦୀର୍ଘ ୫ ବର୍ଷ ଧରି ଚାଲିଛି। ସରକାର ରାଜ୍ୟକୁ ପଲିଥିନ ମୁକ୍ତ କରିବା ପାଇଁ ବହୁ ଯୋଜନା କରୁଛନ୍ତି l ହେଲେ ଏହି ଫେଂକ୍ଟ୍ରିରେ ଖୁଲମଖୁଲା ପାଣି ପାଉଜ ଏବଂ ଅନ୍ୟାନ କୋଲଡ୍ରିଙ୍କସ ମଧ୍ୟ ତିଆରି ହେଉଅଛି।ଶୁଣିବାକୁ ମିଳୁଛି କିଛି ଅଫିସରଙ୍କୁ ହାତଗୁଞ୍ଜା ଦେଇ ଏହି ପାଣି ଫେଂକ୍ଟ୍ରି ଚଲାଉଛନ୍ତି ଫେଂକ୍ଟ୍ରି ମାଲିକ।। ଏହି ବିଷୟରେ ତଦନ୍ତ କରିବା ପାଇଁ କିଛି ସାମ୍ବାଦିକ ଭାଇ ସେହି ଫେଂକ୍ଟ୍ରିକୁ ପହଞ୍ଚିବା ସହ କବାଟ ଖୋଲିବା ପାଇଁ କହିବାରୁ ମାଲିକ ଜଣଙ୍କ କବାଟ ବନ୍ଦ କରିଦେଇ ସାମ୍ବାଦିକ ମାନଙ୍କୁ ଭିତରକୁ ଯିବାକୁ ଦେଇନଥିଲେ। ଏହି ଠାରେ ତିଆରି ହେଉଥିବା ପାଣି ପାଉଜ, ଇଟା ଗ୍ଳୋକୋଜ ଏବଂ କିଛି କୋଲଡ୍ରିଙ୍କସ ପିଇ କିଛି ନିରୀହ ଲୋକଙ୍କ ଜୀବନ ଯିବା ପୂର୍ବରୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଏହି ପାଣି ଫେଂକ୍ଟ୍ରି ବନ୍ଦ କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି।