ବିଜେପିର ମଣ୍ଡଳସ୍ତରୀୟ ବୈଠକରେ ଯୋଗଦେଲେ ମନ୍ତ୍ରୀ

 ବୁଗୁଡ଼ା (ଅନିଲ କୁମାର ମହାରଣା) ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ପାଣ୍ଡିରିପଡା  ପଞ୍ଚାୟତର କସିପଡା ସ୍ଥିତ ମା ସିଂହାସନି ଶକ୍ତିପୀଠ ପରିସରରେ ୪/ ୧୦/୨୬  ଦିନ ବିଜେପି ପକ୍ଷରୁ ମଣ୍ଡଳ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ  ଏବଂ ଅଣୁ , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। ଆଗକୁ ପଞ୍ଚାୟତ, ପୌର ଓ କଲେଜ ନିର୍ବାଚନ ହେବାକୁ ଥିବାବେଳେ ସମସ୍ତ କର୍ମକର୍ତ୍ତା ଓ କର୍ମୀ ସଜାଗ ରହିବାକୁ ପଡିବ ବୋଲି ପ୍ରକାଶ କରିଥିଲେ। ଲୋକଙ୍କ ନିକଟତର ହୋଇ ଲୋକଙ୍କ ସେବାରେ ନିୟୋଜିତ ହେବାକୁ ମନ୍ତ୍ରୀ ଶ୍ରୀ ମଲ୍ଲିକ କାର୍ଯ୍ୟକର୍ତ୍ତା ଓ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ। ବିଜେପିର କାର୍ଯ୍ୟକର୍ତ୍ତା ଶୃଙ୍ଖଳିତ କର୍ମୀ ଭାବେ ରାଜ୍ୟ ବିଜେପିର ନିର୍ଦ୍ଦେଶକୁ କାର୍ଯ୍ୟକାରି କରିବା ପାଇଁ ପରାମର୍ଶ ଦେଇଥିଲେ। ଏଥିସହ ପୋଲସରା ନିର୍ବାଚନ ମଣ୍ଡଳୀରେ ଥିବା ସମସ୍ତ ୱାର୍ଡରେ ୧୧ ଜଣିଆ କମିଟି ଗଠନ କରିବା ସହିତ ପଞ୍ଚାୟତ ସ୍ଥରରେ ମଧ୍ୟ କମିଟି ଗଠନ କରି ଦଳକୁ ମଜଭୁତ କରିବା ପାଇଁ କହିଥିଲେ। ସେହିପରି ବୁଗୁଡା ଏନଏସି ଓ ପୋଲସରା ମ୍ୟୁନିସିପାଲଟିରେ ମଧ୍ୟ କମିଟି ଗଠନ କରି ଚଳିତ ମାସ ଶେଷ ସୁଦ୍ଧା ତାଲିକା ଦେବାପାଇଁ ମନ୍ତ୍ରୀ ପରାମର୍ଶ କହିଥିଲେ। ବିଜେପିର କାର୍ଯ୍ୟକର୍ତ୍ତାମାନେ ସାମାଜିକ ଗଣମାଧ୍ୟମରେ କେବଳ ରିଲ୍ସ୍ ଦେଖୁଛନ୍ତି, ବିଜେପିର କୌଣସି କାର୍ଯ୍ୟକ୍ରମକୁ ସାମାଜିକ ଗଣମାଧ୍ୟମରେ ସେର, ଲାଇକ କିମ୍ବା କମେଣ୍ଟେ କରୁନାହାନ୍ତି କି ଫରୱାର୍ଡ଼ କରୁନାହାନ୍ତି ବୋଲି କହି କ୍ଷୋଭ ପ୍ରକାଶ କରିଥିଲେ। ପ୍ରତ୍ୟେକ ପଞ୍ଚାୟତର ବିକାଶ ପାଇଁ ୩ କୋଟି ଟଙ୍କା ଦେବାକୁ ରାଜ୍ୟ ସରକାର ସ୍ଥିର କରିଥିବା ପ୍ରକାଶ କରିଥିଲେ। ୨୦ କୋଟି ଟଙ୍କା ବ୍ୟୟ ରେ ବୁଗୁଡ଼ା ଓ ପୋଲସରାରେ ଦୁଇଟି ଷ୍ଟାଡିୟମ ନିର୍ମାଣ କରାଯିବ ବୋଲି ପ୍ରକାଶ କରିଥିଲେ। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନରେ ବ୍ୟକ୍ତିତ୍ୱ ସାଙ୍ଗକୁ ଶିକ୍ଷାଗତ ଯୋଗ୍ୟତା ଥିବା ବ୍ୟକ୍ତିଙ୍କୁ ନିର୍ବାଚନରେ ପ୍ରାର୍ଥୀ କଲେ ଆମ ପାର୍ଟି ଜୟଯୁକ୍ତ ହେବ ବୋଲି ମନ୍ତ୍ରୀ ସ୍ପଷ୍ଟ କହିଥିଲେ। ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଛୋଟ ଭିଡିଓ କରି ସାମାଜିକ ଗଣମାଧ୍ୟମରେ ପ୍ରସାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଯୁବନେତା ଦୀପକ କୁମାର ପ୍ରଧାନ, ଜଗନ୍ନାଥ ବଢ଼େଇ, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି କୃଷ୍ଣ ଚନ୍ଦ୍ର ମହାପାତ୍ର, ଗଙ୍ଗାଧର ନାୟକ, ହରିହର ସାହୁ, ସୁରେନ୍ଦ୍ର ପ୍ରଧାନ, ସୁନୀଲ କୁମାର ପାଢ଼ୀ, ଭଗବାନ ସାହୁ, ରଘୁନାଥ ପଣ୍ଡା, କାମ୍ପ ବଢେଇ, ସଞ୍ଜିବ ପାତ୍ର ମଞ୍ଚାସିନ ଥିବା ବେଳେ ବିଜେପିର ମଣ୍ଡଳ  ସ୍ତରୀୟ କାର୍ଯ୍ୟକର୍ତ୍ତା ଏବଂ ବିଜେପି ଘୁମୁସର ସାଙ୍ଗଠନିକ ଜିଲ୍ଲାର ସାଧାରଣ ସମ୍ପାଦକ ସିମାଞ୍ଚଳ ସାହୁ, ପୋଲସରା ଓ ବୁଗୁଡ଼ା ଅଞ୍ଚଳର ମଣ୍ଡଳ ସଭାପତି କୃଷ୍ଣଚନ୍ଦ୍ର ଜେନା, ପ୍ରଶାନ୍ତ ପ୍ରଧାନ, ରାମକୃଷ୍ଣ ପ୍ରଧାନ, କେଦାରନାଥ ମହାରଣା, ସୁନୀଲ ପ୍ରଧାନ, କାର୍ତ୍ତିକ ମଙ୍ଗଳ, ଭଗବାନ ଜେନା, ମହିଳା ମୋର୍ଚ୍ଚା ନଗର ମଣ୍ଡଳ ସଭାନେତ୍ରୀ ଡି ରେଶ୍ମା ପାତ୍ର ଓ ଗାୟତ୍ରୀ ଜେନା ସମେତ ଯୁବ ମୋର୍ଚ୍ଚା, କୃଷକ ମୋର୍ଚ୍ଚା ର ସମସ୍ତ କାର୍ଯ୍ୟକର୍ତା ସମେତ ଶତାଧିକ କର୍ମୀ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ