ହାଟ ବନ୍ଦ କଲେ ସରପଞ୍ଚ

ମୋହନା, (ଅଂଶୁମାନ ପଣ୍ଡା): ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଅଡ଼ବା ଗ୍ରାମରେ ରବିବାର ଦିନ ଚାଲି ଥିବା ବଡ଼ହାଟକୁ ଅଡ଼ବା ସରପଞ୍ଚ ପ୍ରଦୀପ କୁମାର ଦଳବେହେରା ବନ୍ଦ କରିଛନ୍ତି । ଅଡ଼ବା ହାଟ ଉପରେ ୧୫ଟି ପଞ୍ଚାୟତବାସୀ ନିର୍ଭର କରନ୍ତି । ସାପ୍ତାହିକ ହାଟକୁ ଘର ପାଇଁ ଆବଶ୍ୟକୀୟ ସାମଗ୍ରୀ ସମେତ ବିଭିନ୍ନ ଜଙ୍ଗଲ ଜାତ ଦ୍ରବ୍ୟ ବିକାକିଣା କରିବା ପାଇଁ ଆସିଥାନ୍ତି । ରବିବାର ଏହି ହାଟରେ ପ୍ରବଳ ଭିଡ ଲାଗିବା ସହ ଜନଗହଳି ହୋଇଥିଲା । ଦୁଇ ସପ୍ତାହ ହେଲା ଏହି ହାଟ ଚାଲିଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ବିଭିନ୍ନ ବ୍ୟବସାୟୀ ଆସି ଏଠାରେ ବ୍ୟବସାୟ କରିଥାନ୍ତିା ହାଟରେ ସାମାଜିକ ଦୂରତା ଓ ମାସ୍କ ପରିଧାନ ନକରି ଗୋଟିଏ ସ୍ଥାନରେ ବହୁ ସଂଖ୍ୟକ ଲୋକ ଜମା ହେବା ଯୋଗୁଁ ବର୍ତ୍ତମାନ ପରିସ୍ଥିତିରେ କରୋନା ସଂକ୍ରାମିତ ସଂଖ୍ୟା ଗଞ୍ଜାମ ଓ ଗଜପତିରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ତେଣୁ ଏହାକୁ ଆଖି ଆଗରେ ରଖି ସ୍ଥାନୀୟ ଲୋକେ ଭୟଭୀତ ହେବା ସହ ସ୍ଥାନୀୟ ସରପଞ୍ଚ ଦଳବେହେରା ଓ ବଣିକ ସଂଘ ମିଳିତ ଭାବେ ଅଡ଼ବା ଥାନାକୁ ଅବଗତ କରାଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସାପ୍ତାହିକ ହାଟକୁ ବନ୍ଦ କରାଯାଇଥିବା ଜଣାପଡିଛିା ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ମୁତୟନ ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ