ଭୁଷୁଡିଲା ଭଞ୍ଜବିହାର ର ଛାତ୍ରୀ ନିବାସ
(ଯୁଗାବ୍ଦ ନ୍ୟୁଜ )ଦକ୍ଷିଣ ଓଡିଶା ର ପ୍ରମୁଖ ଶିକ୍ଷାକେନ୍ଦ୍ର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର ଛାତ୍ରୀ ନିବାସ ରେ ବଡ ଧରଣ ର ଦୁର୍ଘଟଣା ରୁ ବର୍ତ୍ତିଯାଇଛନ୍ତି ଛାତ୍ରୀମାନେ । ବିଶ୍ୱବିଦ୍ୟାଳୟ ପରିସରରେ ଥିବ ସାବେରୀ ଛାତ୍ରୀ ନିବାସରେ ଆଜି ହଠାତ କାନ୍ଥ ଭୁଷୁଡି ପଡିଥିଲା । ଭୁଷୁଡି ପଡିଥିବା ସମୟ ରେ ଭାଗ୍ୟବଶତଃ କୈଣସି ଛାତ୍ରୀ ସେହି ଯାଗାରେ ଉପସ୍ଥିତ ନଥିଲେ । ଛାତ୍ରୀ ମାନେ ସେହିସମୟ ରେ କ୍ଲାସ କରିବା ପାଇଁ ନିଜ ନିଜ ଡିପାଟମେଣ୍ଟ କୁ ଯାଇଥିଲେ । ଛାତ୍ରୀ ମାନେ ରହୁଥିବା କୋଠାର କାନ୍ଥ ଅତ୍ୟନ୍ତ ଦୁର୍ବଳ ହୋଇଥିବା ଯୋଗୁଁ ଏହା ଭୁଷୁଡି ପଡିଥିଲା । ଏହି ବିଷୟରେ ଅନ୍ତେବାସୀ ବିଶ୍ୱବିଦ୍ୟାଳୟ ର ଉଚ୍ଚ କର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ସେମାନଙ୍କ ଅଭିଯୋଗ କୁ କର୍ଣ୍ଣପାତ କରିନଥିଲେ ।ଉଚ୍ଚ ଅଧିକାରୀ ଙ୍କ ଖାମଖିଆଲି ନୀତି ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି । ତୁରନ୍ତ ଏହାର ମରାମତି ଓ ରହୁଥିବା ଛାତ୍ରୀ ମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ପାଇଁ ଦାବି ଜୋର ଧରିଛି ।


