ଏଣ୍ଡୋକ୍ରାଇନ୍ ସୋସାଇଟିର ୮ମ ବାର୍ଷିକ ସମ୍ମିଳନୀ
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍) : ବ୍ରହ୍ମପୁର ବଡ ମେଡିକାଲରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଥିବା ଏଣ୍ଡୋକ୍ରାଇନ୍ ସୋସାଇଟିର ୮ମ ବାର୍ଷିକ ସମ୍ମିଳନୀ ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଆୟୋଜନରେ ପି ,ଡକ୍ଟର ରବି କୁମାର ସୂଚନା ପ୍ରଦାନ କରିବା ସହ ଆଭିମୁଖ୍ୟ ଗ୍ରହଣ କରିଥିଲେ ।ଆସନ୍ତା ଡିସେମ୍ବର ୧୩ ତାରିଖରୁ ୧୫ ତାରିଖ ତିନି ଦିନ ଧରି ସମ୍ମିଳନୀ ବ୍ରହ୍ମପୁର ବଡ ମେଡିକାଲ ଓ ଗୋପାଳପୁର ମେଫେୟାରାରେ ଅନୁଷ୍ଠିତ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହା ସହ ସମ୍ମିଳନୀରେ ଅଧୁନା ସମୟରେ ଥାଇରଏଡ୍ ରୋଗ ଓ ଡାଇବେଟିସ ବୃଦ୍ଧି ପାଇବାରେ ଲାଗିଛି । ସାରା ଭାରତର ବିଭିନ୍ନ ସ୍ଥାନରୁ ୭ଶହ ପ୍ରତିନିଧି ଦଳ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଆଜିର ସାମ୍ବାଦିକ ସମ୍ମିଳନୀରେ ସାଂଗଠନିକ ଅଧ୍ୟକ୍ଷ ଡ.ଏସ୍ .ଆର.ପଟ୍ଟନାୟକ , ବଡ ମେଡିକାଲର ପ୍ରଫେସର ରାଧା ମାଧବ ତ୍ରୀପାଠି,ଡା ସୁନିଲ କୋଟା ,ପ୍ରଫେସର ପିସି ସାହୁ ,ଡାକ୍ଟର ପ୍ରକାଶ ଚନ୍ଦ୍ର ପାତ୍ର , ଉପସ୍ଥିତ ଥିଲେ । ଥାଇରଏଡ୍ ରୋଗ ଓ ପୃଥଳତା ଉପରେ ସୂଚନା ଦେଇଥିଲେ ।


