ସିଲଭରି ସିଟି ରେ ହେବ ବିଶ୍ୱସ୍ତରୀୟ ବସ ଟର୍ମିନାଲ
(ଯୁଗାବ୍ଦ ନ୍ୟୁଜ )ଏଣିକି ବସଷ୍ଟାଣ୍ଡ ରେ ମିଳିବ ବିଶ୍ୱସ୍ତରୀୟ ସୁବିଧା । କଟକ ରେ ଅଧୁନିକ ବସ ଟ୍ରମିନାଲ ପ୍ରତିଷ୍ଠା ପାଇଁ କେନ୍ଦ୍ରସରକାର ଅନୁମତି ଦେଇଛନ୍ତି । ଏହି ବସ ପୋର୍ଟ ରେ ମିଳିବ ଏୟାରପୋର୍ଟ ଭଳି ସୁବିଧା । କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରି କଟକ ର ଗୋପାଳପୁର ଠାରେ ନିର୍ମିତ ହେବ ବିଶ୍ୱସ୍ତରୀୟ ବସ ଟର୍ମିନାଲ ବୋଲି ସୂଚନା ଦେଇଛନ୍ତି । ଏହି ଟର୍ମିନାଲରେ ପାଖାପାଖି ୪୨ ଏକର ଜମିରେ ପ୍ରତିଷ୍ଠା କରିବାର ଯୋଜନା କରାଯାଇଛି । ଏଥିପାଇଁ ୧୦୦ କୋଟି ଟଙ୍କା ବିନିଯୋଗ ହେବ ବୋଲି ଏନଏଚ ଆଇ କତ୍ତୃପକ୍ଷ ଅନୁଧ୍ୟାନ କରିଛନ୍ତି ।


