ମଧୁବାବୁ ପେନସନ୍‌ ଯୋଜନାରେ ସାମିଲ ହେବେ କିନ୍ନର

ଭୁବନେଶ୍ୱର: କରୋନା ମହାମାରୀ ସମୟରେ କିନ୍ନରମାନଙ୍କ ପାଇଁ ଏକ ଖୁସି ଖବର ଆସିଛି । ତାହା ହେଲା ଏଣିକି କିନ୍ନରମାନଙ୍କୁ ଭତ୍ତା ମିଳିବ । କିନ୍ନରମାନଙ୍କୁ ମଧୁବାବୁ ପେନସନ ଯୋଜନାରେ ଭତ୍ତା ପ୍ରଦାନ କରାଯିବ । କିନ୍ନରମାନଙ୍କୁ ମଧୁବାବୁ ପେନସନ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । କିନ୍ନରମାନେ ବୟସାନୁସାରେ ୫୦୦ରୁ ୯୦୦ ପର୍ଯ୍ୟନ୍ତ ଭତ୍ତା ପାଇବେ । ଏନେଇ କିନ୍ନରମାନଙ୍କୁ ଆବେଦନ କରିବାକୁ ବିଭାଗୀୟ ମନ୍ତ୍ରୀ କହିଛନ୍ତି । ଏହି ଯୋଜନାରେ ରାଜ୍ୟର ପ୍ରାୟ ୬ହଜାର କିନ୍ନର ଉପକୃତ ହେବେ ବୋଲି ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ