ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ହାଟଡିହି(ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ନନ୍ଦିପଦା ପୋଲିସ ବୁଧବାର ଜଣେ ନିଖୋଜ ବୃଦ୍ଧଙ୍କ ଗଳିତ ମୃତ ଦେହ ଭୂତପଦା ଗ୍ରାମ ନିକଟସ୍ଥ କେନାଲରୁ ଉଦ୍ଧାର କରିଛି l ଶବକୁ ଜବତ କରି ଅପମୃତ୍ୟୁ ମାମଲା ନଂ ୧୫/୨୦୨୬ ପଞ୍ଜିକରଣ ହୋଇଥିବା ଭାରପ୍ରାପ୍ତ ଥାନାଧିକାରୀ ବଳିଆ ବାରିକ କହିଛନ୍ତି l ସୂଚନା ଅନୁସାରେ, ଆନନ୍ଦପୁର ଥାନା କାଠକଟା ଗ୍ରାମର ରାମ ମାଝୀ (୭୦ ବର୍ଷ) ଭୂତପଦା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ରହି କାମ କରନ୍ତି l ଗତ ବୁଧବାର ବିଲରେ ଧାନ ତଳି ପକାଇବା ପାଇଁ କେନାଲ ନିକଟ ବିଲକୁ ଯାଇଥିଲେ l କିନ୍ତୁ ଆଉ ଫେରି ନଥିଲେ l ଖୋଜାଖୋଜି ପରେ ବି ତାଙ୍କ ପତ୍ତା ମିଳିନଥିଲା l ୭ ଦିନ ପରେ କେନାଲରୁ ଭାସୁଥିବା ଅବସ୍ଥାରେ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି l ଅପର ପକ୍ଷେ ଅସାବଧାନତା ବଶତଃ ମୃତ ବୃଦ୍ଧ ଜଣକ  କେନାଲକୁ ଖସି ପଡି ପାଣିରେ ବୁଡିଯାଇ ମୃତ୍ୟୁ ବରଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ଭାରପ୍ରାପ୍ତ ଥାନାଧିକାରୀ ବାରିକ ପ୍ରକାଶ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ