ଆଗରପଡାରୁ ମୋଟର ସାଇକେଲ ଚୋର ଗିରଫ

ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ସୋସୋ ପୋଲିସ ଆଗରପଡା ଥାନା ଅଞ୍ଚଳରୁ ମୋଟର ସାଇକେଲ ଚୋରି ଅଭିଯୋଗରେ ବୁଧବାର ଜଣକୁ ଗିରଫ କରିଛି l ଆଗରପଡା ଥାନା ରାଉତରାପୁର ଗ୍ରାମର ବାବାଜୀ ଦାସଙ୍କ ପୁଅ ଗୋପାଲ ଓରଫ ଅଶୋକ ଦାସଙ୍କୁ ଗିରଫ କରାଯାଇଥିବା ବେଳେ ଚୋରି ହୋଇଥିବା ମୋଟର ସାଇକେଲକୁ ଜବତ କରାଯାଇଛି l ଏଥିସହ ଅଭିଯୁକ୍ତଙ୍କ ଘର ତଲାସ ସମୟରେ ଆଉ ଗୋଟିଏ ମୋଟର ସାଇକେଲ ମଧ୍ୟ ଜବତ କରାଯାଇଥିବା ଥାନାଧିକାରିଣୀ କାନନ ସାହୁ କହିଛନ୍ତି l ସୂଚନା ଅନୁସାରେ,ଗତ ୯ ଜୁନ ୨୦୨୬ ରେ  ଅଭିଯୋଗକାରୀ ସୋସୋ ଗ୍ରାମର ରୁଦ୍ର ଜେନା  ଲିଖିତ ଅଭିଯୋଗ କରିଥିଲେ ଯେ କେତେକ ଅଜଣା ଅପରାଧୀ ତାଙ୍କ ମୋଟର ସାଇକେଲ ନମ୍ବର ଓଡି ୦୧ଜି ୩୩୬୪ ଚୋରି କରି ନେଇଛନ୍ତି। ଥାନାରେ ମାମଲା ନମ୍ବର ୧୧୯/୨୦୨୬ ପଞ୍ଜିକରଣ ହୋଇଥିଲା l ଅଭିଯୁକ୍ତ ଗୋପାଳ ଓରଫ ଅଶୋକ ଦାସ ପୂର୍ବରୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡିତ ହୋଇଥିବା ଆନନ୍ଦପୁର ଏସଡିପିଓ କମଳ କୁମାର ପଣ୍ଡା କହିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ