ରାଜସ୍ଥାନରେ ଭୂମିକମ୍ପ
ନୂଆଦିଲ୍ଲୀ: ରାଜସ୍ଥାନର ଅଲୱାରରେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୭ । ଏହି ଭୂମିକମ୍ପର ଝଟକା ଦିଲ୍ଲୀ, ହରିୟାଣା ଓ ନୋଇଡା ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଥିଲା । ସଂଧ୍ୟା ୭ଟାବେଳେ ହୋଇଥିବା ଏହି ଭୂମିକମ୍ପର ଗଭୀରତା ୩୫ କିଲୋମିଟର ଥିଲା । ଭୂମିକମ୍ପ ପରେ ଲୋକମାନେ ଭୟଭୀତ ହୋଇ ପଡ଼ିଥିଲେ। ତେବେ ଏହି ଭୂମିକମ୍ପ ଯୋଗୁଁ କୌଣସି ଧନଜୀବନ ହାନୀ ହୋଇଥିବାର ଖବର ହସ୍ତଗତ ହୋଇନାହିଁ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଟ୍ବିଟ କରି ଲେଖିଛନ୍ତି ଯେ ଦିଲ୍ଲୀରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଆଶାକରୁଛି ସମସ୍ତେ ନିରାପଦ ଅଛନ୍ତି ।


