ଏସବୁ ଫୋପାଡ଼ନ୍ତୁ ନାହିଁ

ଯେତେବେଳେ କ୍ଷୀର ଛିଡ଼ିଯାଏ, ସେଥିରୁ ଆମେ ଛେନା ପ୍ରସ୍ତୁତ କରିଥାଉ । ହେଲେ ଏହାସହିତ ଆମେ ଆଉ ଏକ ଭୁଲ୍ କରି ବସୁ, କାରଣ ଛେନା ପ୍ରସ୍ତୁତି ସରିବା ପରେ ସେଥିରେ ଯେଉଁ ପାଣି ରହିଯାଏ ତାହାକୁ ଆମେ ଫୋପାଡ଼ି ଦେଇଥାଉ । ତେବେ ଯେଉଁ ପାଣିକୁ ଆମେ ଅଯଥା ଭାବି ଫୋପାଡ଼ିଥାଉ, ତାହା କେତେ ଉପକାରୀ ସେ ବିଷୟରେ ଆମକୁ ଆଦୌ ଧାରଣା ନଥାଏ । ଛେନା ପାଣିରେ ପ୍ରୋଟିନ୍ର ମାତ୍ରା ଭରପୁର ସାଙ୍ଗକୁ ପୌଷ୍ଟିକ ତତ୍ତ୍ୱ ବି ରହିଛି । ଏବେ ଆସନ୍ତୁ ଜାଣିବା, ଛେନା ପାଣିର ଉପଯୋଗ ସମ୍ପର୍କରେ ।

୧-ଅଟା ଚକଟିବା ବେଳେ କରନ୍ତୁ ଛେନା ପାଣିର ପ୍ରୟୋଗ:- ଅଟା ଦଳିବା ବେଳେ ଆପଣ ସାଧାରଣ ପାଣି ବଦଳରେ ଛେନା ପାଣିର ପ୍ରୟୋଗ କରନ୍ତୁ । ଏହି ପାଣିରେ ପ୍ରସ୍ତୁତ ଅଟାର ରୁଟି ନରମ ହେବା ସହିତ ପୌଷ୍ଟିକ ମଧ୍ୟ ହୋଇଥାଏ ।
୨-ତରକାରୀର ଗ୍ରେଭି କରିବାରେ ପ୍ରୟାଗ କରନ୍ତୁ ଛେନାର ପାଣି:- ପନିପରିବା ତରକାରି କଲାବେଳେ ଆପଣ ପାଣି ବଦଳରେ ଛେନା ପାଣିର ବ୍ୟବହାର କରନ୍ତୁ । ଏହା କରିବା ଦ୍ୱାରା ପ୍ରସ୍ତୁତ ତରକାରି ସ୍ୱାଦିଷ୍ଟ ହେବା ସାଙ୍ଗକୁ ଆମକୁ ଫାଇଦା ମଧ୍ୟ ଦେଇଥାଏ ।
୩-ସୁପ୍, ଚାଓମିନ୍ ଓ ପାସ୍ତା ପ୍ରସ୍ତୁତି ପାଇଁ : ଏଥିସହିତ ସୁପ୍, ଚାଓମିନ୍ ଓ ପାସ୍ତା ପ୍ରସ୍ତୁତ କରିବା ସମୟରେ ଆପଣ ଛେନା ପାଣିର ପ୍ରୟୋଗ କରନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ