ନିରାମିଷ ଭଳି ପ୍ରତୀୟମାନ ହେଉଥିବା ଖାଦ୍ୟ

ଆମେ ଅନେକ ସମୟରେ ଏଭଳି ଖାଦ୍ୟଗ୍ରହଣ କରିଥାଉ, ତାହା ନିରାମିଷ ବୋଲି ଭାବିଥାଉ । କିନ୍ତୁ ପ୍ରକୃତରେ ସେଗୁଡ଼ିକ ସେଭଳିଆ ନୁହେଁ । ତାହା ପ୍ରକୃତରେ ଆମିଷ ବା ନନ୍ଭେଜ୍ । ଯଦି ଆପଣ ଶୁଦ୍ଧ ଶାକାହାରୀ, ତେବେ ସେସବୁ ସାମଗ୍ରୀଠାରୁ ନିଜକୁ ଦୂରେଇ ରଖିପାରନ୍ତି । ଆସନ୍ତୁ ଜାଣିବା ସେହି ଖାଦ୍ୟ ସାମଗ୍ରୀଗୁଡ଼ିକ ସମ୍ପର୍କରେ ।
ସୁପ୍:-ରେସ୍ତୁରାଁରେ ପ୍ରସ୍ତୁତ ହେଉଥିବା ସୁପ୍ରେ ବିଭିନ୍ନ ପ୍ରକାରର ସସ୍ର ପ୍ରୟୋଗ କରାଯାଇଥାଏ, ଯାହା ମାଛରୁ ମିଳୁଥିବା ଉତ୍ପାଦରୁ ପ୍ରସ୍ତୁତ । ଏଣୁ ସୁପ୍ ପାଇଁ ଅର୍ଡର ଦେବା ଆଗରୁ ଜାଣି ନିଅନ୍ତୁ ଏ ବିଷୟରେ ।
ତେଲ:- ଅଧିକାଂଶ ତେଲରେ ଓମେଗା-୩ ଫ୍ୟାଟି ଏସିଡ୍ସ ମିଳିଥାଏ, ଯାହା ପ୍ରକୃତରେ ଶାକାହାରୀ ନୁହେଁ । କେତେକ ତେଲରେ ଲେନୋଲିନ୍ ଥାଏ, ଯାହା ଶାକାହାରୀ ନୁହେଁ ।
ଚିନି:-ହ୍ୱାଇଟ୍ ସୁଗାର୍ ବା ଚିନିକୁ ସଫା କରିବା ପାଇଁ ଏକ ପ୍ରାକୃତିକ କାର୍ବନର ପ୍ରୟୋଗ ହୋଇଥାଏ । ହେଲେ ଆପଣ କ’ଣ ଜାଣନ୍ତି କି ଏହା ପଶୁମାନଙ୍କ ହାଡ଼ରୁ ମିଳିଥାଏ । ଏଣୁ ଚିନି ମଧ୍ୟ ନିରାମିଷ ନୁହେଁ ।
ବିଅର୍/ୱାଇନ୍:-ବିଅର୍ /ୱାଇନ୍କୁ ସଫା କରିବା ଲାଗି ଇଜିନ୍ ଗ୍ଲୋସର ପ୍ରୟୋଗ କରାଯାଇଥାଏ, ଯାହା ମାଛ ରକ୍ତରୁ ତିଆରି ହୋଇଥାଏ ।
ଜାମ୍:-ଯଦି ଆପଣ ଶାକାହାରୀ ବୋଲି ଭାବୁଥାନ୍ତି, ତେବେ ତାହା ଠିକ୍ ନୁହେଁ । କାରଣ ଏଥିରେ ଜିଲେଟିନ୍ ଥାଏ, ଯାହା ପଶୁମାନଙ୍କ ଠାରୁ ମିଳିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ