ଟାଙ୍ଗୀ/ଚୌଦ୍ୱାରର ନଖରା ପଞ୍ଚାୟତରେ କରୋନର କାୟା ବିସ୍ତାର
ଚୌଦ୍ୱାର : (ଦୀପକ୍ କୁମାର ବେଉରା) ଚୌଦ୍ୱାର ଥାନା ଅନ୍ତର୍ଗତ ନଖରା ପଂଚାୟତ ରେ ଜଣେ କରୋନା ପଜେଟିଭ ଚିହ୍ନଟ । ଆକ୍ରାନ୍ତ ଯୁବକ ଜଣକ କଟକ ଏସସିବି ମେଡିକାଲ୍ ରେ କାମ କରୁଥିବା ସୂଚନା ମିଳିଛି । ସେ ଦୈନିକ ଘରୁ ମେଡିକାଲ ଯିବା ଆସିବା କରୁଥିଲେ ।ଏସସିବି ରେ ତାଙ୍କର ସ୍ୱାବ ପରୀକ୍ଷା କରାଯାଇଥିଲା । ଆଜି ତାହା ପଜିଟିଭ ଆସିବା ପରେ ତାଙ୍କୁ କୋବିଦ ହସ୍ପିଟାଲ ପଠାଯାଇଥିବା ସରପଞ୍ଚ ପବିତ୍ର ଉପାଧ୍ୟାୟ କହିଛନ୍ତି ।ସଂକ୍ରମିତ ଯୁବକଙ୍କ କାଟ୍ରାକ୍ଟ ଟ୍ରେସିଂ ଜାରି ରହିଛି ବୋଲି ଟାଙ୍ଗି ଗୋଷ୍ଠି ସ୍ଵାସ୍ତ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ମଧୁସ୍ମିତା ନାୟକ ସୂଚନା ଦେଇଛନ୍ତି । ଏଥିପୂର୍ବରୁ ଟାଙ୍ଗି ଚୌଦ୍ୱାର ବ୍ଲକ ଅନ୍ତର୍ଗତ ଗରୁଡ଼ଗାଁ ପଂଚାୟତ ରେ ମଧ୍ୟ ଜଣେ ପଜେଟିଭ ଚିହ୍ନଟ କରାଯାଇଛି ।ସେ ମଧ୍ୟ କଟକ ଏସସିବି ରେ କାମ କରୁଥିବା ଜଣାଡିଛି । ସରପଞ୍ଚ ୭୨ ଘଣ୍ଟା ପାଇଁ ପଞ୍ଚାୟତକୁ ସଟଡାଉନ ଘୋଷଣା କରିଛନ୍ତି । ନଖରା ପଂଚାୟତ ରେ ସଂକ୍ରମିତ ଯୁବକ ଚିହ୍ନଟ ହେବା ପରେ ସାଧାରଣ ଲୋକେ ସରକାରଙ୍କ କୋବିଦ-୧୯ ନିୟମକୁ ମାନି ଚଳିବାକୁ ଅନୁରୋଧ କରାଯାଇଛି । କିଛିଦିନ ତଳେ ନଖରା ସଂକ୍ରମିତ ଯୁବକଙ୍କ ସମ୍ପର୍କୀୟଙ୍କ ବିବାଘର ଚୌଦ୍ୱାର ଓଟିଏମ କଲୋନୀ ର ଏକ ମନ୍ଦିରରେ ହୋଉଥିଲା । ଯଦି ସଂକ୍ରମିତ ଯୁବକ ଜଣକ ସେଠାରେ ଯୋଗ ଦେଇଥିବେ ତେବେ ଏବେଠାରୁ ସତର୍କତା ଅବଲମ୍ବନ କରାଯିବା ଉଚିତ । ଉଭୟ ନଖରା ସରପଞ୍ଚ ଓ ପୋୖର ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଲୋକେ ଅନୁରୋଧ କରିଛନ୍ତି ।


