ମିଳୁନି ସଂକ୍ରମିତଙ୍କ ସଠିକ୍ ତଥ୍ୟ : ଆଶଙ୍କାରେ ଅଞ୍ଚଳବାସୀ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବା ଘଟଣା ଜିଲ୍ଲାବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଗଲାଣି । ଏଭଳି ସ୍ଥିତିରେ ଲୋକେ କିଭଳି ମହାମାରୀ କରୋନା ଭୁତାଣୁ ସଂକ୍ରମଣରୁ ରକ୍ଷା ପାଇବେ ସେଥିପାଇଁ ପ୍ରଶାସନର ପ୍ରୟାସ ଜାରି ରହିଛି । ବର୍ତମାନ ସ୍ଥିତିରେ ଲୋକଙ୍କ ପାଖରେ ସଂକ୍ରମିତଙ୍କ ସଂଖ୍ୟା, ଅଂଚଳ ସର୍ବସାଧାରଣରେ ପ୍ରକାଶ କରିବା ଏକାନ୍ତ ଆବଶ୍ୟକ । ଯାହା ଫଳରେ ଜନସାଧାରଣ ସଂକ୍ରମିତ ବ୍ୟକ୍ତ ଓ ଅଂଚଳରୁ ଯଥାସମ୍ଭବ ଦୂରେଇ ରହିବାକୁ ଉଦ୍ୟମ କରିବେ । ପ୍ରଶାସନ ପକ୍ଷରୁ ସଂକ୍ରମିତଙ୍କ ଠିକଣା ଓ ଟ୍ରାଭେଲ ହିଷ୍ଟ୍ରି ସର୍ବସାଧାରଣରେ ପ୍ରକାଶ କରାଯାଉନାହିଁ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଲୋକ ସୂଚନା ସମ୍ପର୍କ ବିଭାଗ ପକ୍ଷରୁ ଶୁକ୍ରବାର ୨୮୩, ଶନିବାର ୨୧୬ ଓ ରବିବାର ୧୬୬ ସଂକ୍ରମିତ ଗଞ୍ଜାମ ଜିଲ୍ଲାର ଚିହ୍ନଟ ହୋଇଥିବା ପ୍ରକାଶ କରାଯାଇଛି । ଏହା ପରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟ୍ୱିଟ ଜରିଆରେ ଗଞ୍ଜାମ ଜିଲ୍ଲାର ସମସ୍ତ ଅଂଚଳର ସଂକ୍ରମିତଙ୍କ ସୂଚନା ସଠିକ ଭାବେ ପ୍ରକାଶ ନକରିବା ଯୋଗୁଁ ଜିଲ୍ଲାର ସମସ୍ତ ଅଂଚଳର ଅଂଚଳବାସୀ ଭୟଭୀତ ହୋଇ ପଡ଼ିଛନ୍ତି । କରୋନାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି । ରବିବାର ସୁଦ୍ଧା ହିଞ୍ଜିଳିକାଟୁ ପୌରାଂଚଳ ଓ ବ୍ଳକ ଅଂଚଳରେ ସରକାରୀ ସୂଚନା ମୁତାବକ- ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବେସରକାରୀ ଭାବେ ସ୍ଥାନୀୟ ଅଂଚଳରେ ସଂକ୍ରମିତଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ରହିଛି । ସଂକ୍ରମିତଙ୍କ ସୂଚନା କେବଳ ଜିଲ୍ଲାପାଳ ହିଁ ପ୍ରଦାନ କରିବେ, ଏହି ପରିପ୍ରେକ୍ଷୀରେ ସ୍ଥାନୀୟ କୌଣସି ପ୍ରଶାସନିକ ଅଧିକାରୀ ସଂକ୍ରମିତଙ୍କ ସଂଖ୍ୟା ବରବଦରେ ସୂଚନା ପ୍ରଦାନ କରିବାକୁ ଉଚିତ ମଣୁନଥିବା ଜଣାପଡ଼ିଛି । ଗଞ୍ଜାମ ଜିଲ୍ଲାପାଳଙ୍କ ସମେତ ଉପ ଜିଲ୍ଲାପା ଳ ଓ ବହୁ ଜିଲ୍ଲା ପ୍ରଶାସନିକ ଅଧିକାରୀ ବାରମ୍ବାର ହିଞ୍ଜିଳି ଗ୍ରସ୍ତ କରୁଥିଲେ ମଧ୍ୟ ସଂକ୍ରମିତଙ୍କ ବିଷୟରେ ସୂଚନା ପ୍ରଦାନ କରୁନାହାନ୍ତି କେବଳ ସମୀକ୍ଷା କରି ଫେରୁଛନ୍ତି । ବେସରକାରୀ ସୁତ୍ରରୁ ମିଳିଥିବା ସୂଚନା ପ୍ରକାରେ ସ୍ଥାନୀୟ ବ୍ଳକ ଓ ପୌରାଂଚଳରେ ଶତାଧିକ ବ୍ୟକ୍ତି କରୋନାରେ ସଂକ୍ରମଣ ହୋଇଥିବା ବେଳେ ୫ଜଣ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ତେବେ ପ୍ରଶାସନ ପକ୍ଷରୁ ସଂକ୍ରମିତଙ୍କ ସଠିିକ୍ ତଥ୍ୟ ପ୍ରକାଶ କରାଯାଉନଥିବାରୁ ଅଂଚଳର ବୁଦ୍ଧିଜୀବି ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟ ପକ୍ଷରେ ସ୍ଥାନୀୟ ପୌର ପରିଷଦର ପ୍ରାୟ ସମସ୍ତ କର୍ମଚାରୀ ଜ୍ଜର ଓ ଝାଡ଼ାରେ ଆକ୍ରାନ୍ତ ହୋଇଥିବା ନେଇ ରବିବାର ସ୍ଥାନୀୟ ପୌରାଂଚଳବାସୀଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି । ଏଭଳି ଖବର ପ୍ରଚାରିତ ହେବା ପରେ ଅଂଚଳବାସୀ ସମ୍ପୁର୍ଣ୍ଣ ଭୟଭୀତ ହୋଇ ପଡ଼ିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ