୪ ଲକ୍ଷରୁ ଉଦ୍ଧ୍ୱର୍ ଗଞ୍ଜେଇ ଜବତ,୨ ଗିରଫ
ଯାଜପୁର ,(ଯୁଗାବ୍ଦ ନ୍ୟୁଜ୍): ଯାଜପୁର ଜିଲ୍ଲା ଥାନା ଅନ୍ତର୍ଗତ ବାଙ୍କସାହି କୋଳଥା ଗ୍ରାମରେ ପୋଲିସ ପୃଥକ ପୃଥକ ଦୁଇଟି ସ୍ଥାନରେ ଚଢାଉ କରି ଦୁଇ ଗଞ୍ଜେଇ ବ୍ୟବସାୟୀଙ୍କୁ ଗିରଫ କରିବା ସହ ୪ ଲକ୍ଷ ରୁ ଉଦ୍ଧ୍ୱର୍ ଟଙ୍କାର ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଦୀଘଁ ଦିନ ଧରି କୋଳଥା ଗ୍ରାମରେ କିଛି ବ୍ୟକ୍ତି ଗଞ୍ଜେଇ ବ୍ୟବସାୟ କରୁଥିବା ପୋଲିସ ନିକଟରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ କୁ ଆଧାର କରି ପୋଲିସ ଟିମ ଦୁଇଟି ସ୍ଥାନରେ ଚଢାଉ କରି ନୃସିହ ଚରଣ ସାହୁଙ୍କ ଘରେ ଚଢାଉ କରି ଅଣଚାଣିଶି କେଜି ଶହେ ଗ୍ରାମ ଜବତ କରିଥିବା ବେଳେ ନିରଞ୍ଜନ ସ୍ୱାଇଁଙ୍କ ଘରୁ ୨୬ କେଜି ୨୫୦ ଗ୍ରାମର ଗଞ୍ଜେଇ ପୋଲିସ ଜବତ କରିଛି । ଦୁଇ ଗଞ୍ଜେଇ ବ୍ୟବସାୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।