ଭୁବନେଶ୍ୱରରୁ ଆଉ ୨୯ ପଜିଟିଭ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ମଙ୍ଗଳବାର ଭୁବନେଶ୍ୱର ସହରରୁ ପୁଣି ୨୯ କୋରାନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ ଲୋକାଲ କଣ୍ଟାକ୍ଟ କେସ ୧୪, କ୍ୱାରେଣ୍ଟାଇନ ୧୪ ଓ ଜଣେ କୋଭିଡ ଯୋଦ୍ଧା ସାମିଲ ଥିବା ଜଣାଯାଇଛି । ଡୁମୁଡୁମା ସୁବାସନଗର ବସ୍ତିରୁ ପୁଣି ଜଣେ ଲୋକାଲ କଣ୍ଟାକ୍ଟ କେସ ଚିହ୍ନଟ ହୋଇଛି । ଖଣ୍ଡଗିରିର ଜଣେ ମହିଳା, ଘରୋଇ ହସ୍ପିଟାଲର ୨ ଜଣ ମହିଳା କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ଭରତପୁରର ଜଣେ ଓ କେଶରୀନଗର ବସ୍ତିରୁ ମଧ୍ୟ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୟୁନିଟ-୧ ଅଞ୍ଚଳରୁ ଜଣେ, ବଡ଼ଗଡ଼ ବ୍ରିଟ କଲୋନୀରୁ ଜଣେ, ବମିଖାଲ ଜୟଦୁର୍ଗା ନଗରରୁ ଜଣେ, ବରମୁଣ୍ଡା ଟେଲକୋ କଲୋନୀରୁ ଜଣେ, ସହିଦନଗରରୁ ଜଣେ ଓ ହଂସପାଳରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । କୋଭିଡ ହସ୍ପିଟାଲର ଜଣେ ମହିଳା କର୍ମଚାରୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି ।


