ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଫନି ସହାୟତା ରାଶି ପ୍ରଦାନ

ଭୁବନେଶ୍ୱର (ଯୁଗାବ୍ଦ ନ୍ୟୁଜ୍)- ମୁମ୍ବାଇରୁ ପ୍ରକାଶ ପାଉଥିବା ଓଡ଼ିଆ ଖବର କାଗଜ ‘ମୁମ୍ବାଇ ଓଡ଼ିଆ ସମାଜ’ ପକ୍ଷରୁ ଫନି ପ୍ରଭାବିତଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫାଣ୍ଠିକୁ ସହୟତା ରାଶି ପ୍ରଦାନ କରାଯାଇଛି । ମୁମ୍ବାଇ ଓଡ଼ିଆ ସମାଜର ପ୍ରକାଶିକା ଡ. ସୁକାନ୍ତି ମିଶ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସଚିବାଳୟରେ ସାକ୍ଷାତ୍ କରି ସହାୟତା ରାଶିର ଚେକ୍ ପ୍ରଦାନ କରିଥିଲେ । ଏହି ଅବସରରେ ମୁମ୍ବାଇ ଓଡ଼ିଆ ସମାଜର ସମ୍ପାଦକ ତଥା ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ଅଧ୍ୟକ୍ଷ ଡ. ବିପିନ ବିହାରୀ ମିଶ୍ର, ଜଷ୍ଟିସ ଜେ.ପି. ଉଦ୍ଗାତା, ଇଂ ବିପିନ ନାୟକ, ଓଡ଼ିଶାର ପ୍ରଥମ ଏୟାର ଏସିଆର ମହିଳା ପାଇଲଟ ଶେଲ୍ବୀ ମିଶ୍ର ପମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ