୬ ଦିନ ପାଇଁ ସୋରଡା ସଟଡାଉନ ଘୋଷଣା…ପୁଣି ନୂଆ ୧୧…. ୫୧ ହେଲାଣି ସଂକ୍ରମଣ ସଂଖ୍ୟା

ସୋରଡା,(ରଜନୀ ମହାପାତ୍ର): ସୋରଡା ରେ ଦିନ କୁ ଦିନ ସଂକ୍ରମଣ ସଂଖ୍ୟା ବଢିଥିବା ବେଳେ ଗଞ୍ଜାମ ଜିଲ୍ଲାପ୍ରଶାସନ ବର୍ତମାନ ସୋରଡା କୁ ୬ ଦିନ ପାଇଁସଟଡାଉନ ଘୋଷଣା କରିଛନ୍ତି। କେବଳ ଜରୁରୀ କାଳୀନ ସେବା ବ୍ୟତୀତ ଅନ୍ୟାନ ସେବା ସମ୍ପୂର୍ଣ ବନ୍ଦ ରହିବ। ସୋରଡା ଏନଏସିରେ ମୋଟ ସଂକ୍ରମଣ ସଂଖ୍ୟା ୧୧ ରହିଥିବା ବେଳେ ଜଣେ କାରୋନା ସଂକ୍ରମଣଙ୍କ ମୃତ୍ୟୁ ମଧ୍ୟ ହେଇଛି। ଆଜି ପୁଣି ଆଉ ଜଣେ ସଂକ୍ରମିତ ଥିବା ସୂଚନା ମିଳିଛି। ଫଳରେ ସୋରଡାରେ ମୋଟ କରୋନା ସଂକ୍ରମଣଙ୍କ ସଂଖ୍ୟା ୧୨ ରେ ପହଞ୍ଚିଛି। ଆଜିର କାରୋନା ସଂକ୍ରମିତଙ୍କ ମଧ୍ୟ ରେ ପୁଣି ଜଣେ ଔଷଧ ବ୍ୟବସାୟୀ ଥିବା ଜଣାପଡିଛି । ସହର ରେ ଦିନ କୁ ଦିନ ସଂକ୍ରମଣ ବଢୁଥିବା ବେଳେ ପରିସ୍ଥିତି କୁ ଗୁରୁତର ସହ ବିଚାର କରି ଗଞ୍ଜାମ ଜିଲ୍ଲାପ୍ରଶାସନ ସୋରଡା କୁ ସଂପୂର୍ଣ୍ଣ ସଟଡାଉନ ଘୋଷଣା କରିଛନ୍ତି। ଜୁଲାଇ ୦୮ ତାରିଖରୁ ୧୩ ତାରିଖ ମଧ୍ୟ ରାତ୍ର ପର୍ଯ୍ୟନ୍ତ ଏହି ଶଟ ଡାଉନ ବଳବତର ରହିବ। ଦିନ କୁ ଦିନ ସୋରଡା ରେ ସଂକ୍ରମଣ ସଂଖ୍ୟା ବଢିଥିବା ବେଳେ ଆଜି ଆଉଥରେ ୧୧ ଜଣ ଏଠାରୁ ଚିହ୍ନଟ ହେଇଛନ୍ତି। ଫଳରେ ସୋରଡା ବ୍ଲକ ଓ ଏନ ଏ ସି ରେ ଏହି ସଂଖ୍ୟା ୪୦ ରୁ ବୃଦ୍ଧିପାଇ ୫୧ ରେ ପହଞ୍ଚିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ