ଏସିଆର ସର୍ବବୃହତ୍ ସୌରଶକ୍ତି ପ୍ଲାଣ୍ଟ୍‌ ଉଦ୍‌ଘାଟିତ

ନୂଆଦିଲ୍ଲୀ: ଶୁକ୍ରବାର ମଧ୍ୟପ୍ରଦେଶର ରେୱା ଜିଲ୍ଲାରେ ୭୫୦ ମେଗାୱାଟ୍‌ବିଶିଷ୍ଟ ଏସିଆର ସର୍ବବୃହତ୍ ରେୱା ଅଲ୍‌ଟ୍ରା ମେଗା ସୋଲାର୍‌ ପାୱାର୍ ପ୍ରୋଜେକ୍ଟକୁ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଦ୍ବାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିଛନ୍ତି। ଏହି ପ୍ରୋଜେକ୍ଟ୍‌ ବାର୍ଷିକ ୧୫ ଲକ୍ଷ ଟନ୍ କାର୍ବନ୍ ଡାଇଅକ୍ସାଇଡ୍ ନିର୍ଗମନ ହ୍ରାସ କରାଇବ। ଉଦ୍‌ଘାଟନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆଜି ରେୱା ଇତିହାସ ଲେଖିଲା। ରେୱା ମାଆ ନର୍ମଦା ଏବଂ ଧଳାବାଘ ପାଇଁ ସୁପରିଚିତ। ଏବେ ଏହି ପରିଚୟରେ ଏସିଆର ସର୍ବବୃହତ୍ ସୌରଶକ୍ତି ପ୍ରକଳ୍ପ ମିଶିଲା। ମୁଁ ମଧ୍ୟପ୍ରଦେଶବାସୀଙ୍କୁ ଅଭିବାଦନ ଜଣାଇବା ସହ ଶୁଭେଚ୍ଛା ଜଣାଉଛି। ଏହି ଦଶନ୍ଧିରେ ରେୱାର ଏହି ସୌର ପ୍ଲାଣ୍ଟ୍‌ ସମଗ୍ର ଅଞ୍ଚଳକୁ ବିରାଟ ଶକ୍ତି କେନ୍ଦ୍ର କରିବାରେ ସହାୟକ ହେବ। ଏହି ଭର୍ଚ୍ୟୁଆଲ୍ ଉଦ୍‌ଘାଟନୀ ଉତ୍ସବରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଆନନ୍ଦିବେନ୍ ପଟେଲ୍, ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, କେନ୍ଦ୍ରମନ୍ତ୍ରୀ ଅକ୍ଷୟଶକ୍ତି ମନନ୍ତ୍ରୀ ଆର୍ କେ ସିଂହ ଏବଂ ତୈଳମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ