ପୂର୍ବ ଲଦାଖ ସ୍ଥିତି ସମୀକ୍ଷା କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପୂର୍ବ ଲଦାଖ ସ୍ଥିତିର ବ୍ୟାପକ ସମୀକ୍ଷା କରିଛନ୍ତି। ଚିଫ୍ ଅଫ୍ ଡିଫେନ୍‌ସ୍ ଷ୍ଟାଫ୍ ଜେନେରାଲ୍ ବିପିନ୍ ରାୱତ୍, ସେନାମୁଖ୍ୟ ଜେନେରାଲ୍‌ ଏମ୍‌ଏମ୍‌ ନରୱାଣେ, ନୌସେନା ମୁଖ୍ୟ ଆଡ୍‌ମିରାଲ୍ କରମବୀର ସିଂହ ଏବଂ ବାୟୁସେନା ମୁଖ୍ୟ ମାର୍ସାଲ୍ ଆର୍‌କେଏସ୍ ଭଦୌରିଆ ଏବଂ ଅନ୍ୟ ବରିଷ୍ଠ ସାମରିକ ଅଧିକାରୀମାନଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସମୀକ୍ଷା ବୈଠକ କରିଥିଲେ। ଜେନେରାଲ୍ ନରୱାଣେ ଗଲ୍‌ୱାନ୍ ଉପତ୍ୟକା, ଗୋଗ୍ରା, ହଟ୍ ସ୍ପ୍ରିଙ୍ଗ୍ ଏବଂ ପାଙ୍ଗୋଙ୍ଗ୍ ସୋ ଅନ୍ତର୍ଗତ ଫିଙ୍ଗର୍ -୪ ଅଞ୍ଚଳରୁ ପ୍ରଥମ ପର୍ଯ୍ୟାୟରେ ଉଭୟ ଦେଶର ସୈନ୍ୟ ଅପସାରଣ ବିଷୟରେ ସବିସ୍ତୃତ ବିବରଣୀ ‌ପ୍ରଦାନ କରିଥିଲେ। ପୂର୍ବ ଲଦାଖ, ଅରୁଣାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ସିକିମ‌ରେ ଥିବା ବାସ୍ତବ ନିୟନ୍ତ୍ରଣ ରେଖା ଅନ୍ତର୍ଗତ ସମସ୍ତ ସ୍ପର୍ଶକାତର ଅଞ୍ଚଳରେ ଯୁଦ୍ଧ ଭଳି ପରିସ୍ଥିତି ଉପୁଜିଲେବି ମୁକାବିଲା କରିବାକୁ ଭାରତୀୟ ସେନା ପ୍ରସ୍ତୁତ ବୋଲି ସେନାମୁଖ୍ୟ ପ୍ରତିରକ୍ଷାମନ୍ତ୍ରୀଙ୍କୁ କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ